ଜୁଲାଇ ୦୭ ରେ ବୌଦ୍ଧ ତହସିଲ୍ ଘେରିବାକୁ ପ୍ରସ୍ତୁତି ବୈଠକ

ବୌଦ୍ଧ :ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ବୌଦ୍ଧ ଜିଲ୍ଲା ରେ ଶହ ଶହ ଭୂମି ହୀନ ଏବଂ ଡିହ ହୀନ ଥିବା ବେଳେ ପ୍ରାୟ ଶତାଧିକ ପାଣ – ଗଣ୍ଡା ସାହିକୁ ସରକାରୀ ରାସ୍ତା ନାହିଁ । ଏହି ପରିପ୍ରେକ୍ଷୀରେ ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ବହିରା କୋଠଘର ଠାରେ ବୌଦ୍ଧ ବ୍ଲକ ର ଭୂମି ହୀନମାନଙ୍କୁ ନେ଼ଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଗଠନ ର ଜିଲ୍ଲା ଉପ ସଭାପତି ରୋହିତ କହଁର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ସମାଜ ର ସାମାଜିକ ଏକତା , ସାମ୍ବିଧାନିକ ଅଧିକାର , ନାଗରିକ ଅଧିକାର , ଦଳିତ ଅଧିକାର ତଥା ମାନବିକ ଅଧିକାର ଉପରେ ଆଲୋକପାତ କରିଥିଲେ । ଭୂମି ହୀନ ମାନଙ୍କୁ ସରକାରଙ୍କ ” ମୋ ଜମି , ମୋ ଡ଼ିହ ” ଯୋଜନାରୁ ଦୁଇ ଏକର ଚାଷ ଜମି , ଦଶ ଡିସିମିଲ ଘର ଡିହ , ସମସ୍ତ ଦଳିତ ବସ୍ତିକୁ ସରକାରୀ ରାସ୍ତା ପାଇଁ ଜମି ପ୍ରଦାନ ଆଦି ଦାବୀରେ ଆସନ୍ତା ସାତ ତାରିଖ ଗୁରୁବାର ଦିନ ବୌଦ୍ଧ ଶ୍ରୀରାମ ମନ୍ଦିର ନିକଟରୁ ବିଶାଳ ଶୋଭାଯାତ୍ରା ଆରମ୍ଭ କରି ତହସିଲ୍ କାର୍ଯ୍ୟାଳୟ ଘେରାଉ ଏବଂ ନଅ ଦଫା ସମ୍ବଳିତ ଦାବୀ ପତ୍ର ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରିବା ସହିତ ନିଜର ହକ୍ ଏବଂ ଅଧିକାର ପାଇଁ ଶେଷ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଜିଲ୍ଲା ଉପ ସଭାପତି ବସନ୍ତ ଖୁରା , କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି , ଯୁଗ୍ମ ସଂପାଦକ ଶ୍ରୀନିବାସ ହାତୀ , ସଂଗଠନ ସମ୍ପାଦକ ଦେବଦତ୍ତ ସାଗର , ବିଶିଷ୍ଟ ସମାଜସେବୀକା ତଥା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସେବତୀ ବେହେରା , କଳିଙ୍ଗ ତାଣ୍ଡିଆ , ରବୀନ୍ଦ୍ର ନାଗ , ସୁରେଶ ମହାନନ୍ଦ , ପ୍ରମୋଦ ସାହାଣୀ , ସନ୍ତୋଷ ପେରା , ଯୁବ ଶିକ୍ଷାବିତ୍ ତଥା ଜିଲ୍ଲା କାର୍ଯ୍ୟକାରି ସଦସ୍ୟ ସଂଜିତ ଜେନା , ପ୍ରଜାପତି ଭବସାଗର , ଅନିରୁଦ୍ଧ ବେହେରା , ହରଭଂଗା ପଂଚାୟତ ସଭାପତି ନଟବର ପ୍ରଧାନ , ବିଶିଷ୍ଟ ଦଳିତ ନେତା ତଥା ବାବାସାହେବ ଆମ୍ବେଦକର ଫାଉଣ୍ଡେସନ ର ସଭାପତି ଅନାଦି ବାଦୀ , ଶ୍ରୀ ଶ୍ରୀ ସତ୍ୟ ନାରାୟଣ କଳାକାର ସଂଘ ର ସଭାପତି ହରେନ୍ଦ୍ର ତରିଆ , ବରିଷ୍ଠ ସମାଜସେବୀ ଜୟରାମ ହରିପାଲ , ସୁଜ୍ଞାନ ବାଘ , ଦୀନବନ୍ଧୁ ମହାନନ୍ଦିଆ , ଜଗବନ୍ଧୁ ବାଦି , ରମେଶ ମହାନନ୍ଦିଆ , ଜୀବନ କୁମ୍ଭାର , ସଞ୍ଜୟ ଲୁହା , ନାରାୟଣ ମହାନନ୍ଦିଆ , ରୋହିତ ଊର୍ମା , ସୁରେଶ ଲୁହା , ରାମଚନ୍ଦ୍ର ବେହେରା , ସୁରେଶ ଭୋଇ , ଦଣ୍ଡପାଣି ଭବସାଗର , ସନ୍ତୋଷ ବେହେରା , ଉମେଶ କଲତା , ରବୀନ୍ଦ୍ର ତାଣ୍ଡିଆ , ରସାନନ୍ଦ ହାତୀ , ସୁରେଶ ତାଣ୍ଡିଆ , ଗୌତମ କୁମ୍ଭାର , ଅରୁଣ ବାଦି , ଜ୍ୟୋତି ରଂଜନ ଭବସାଗର , ସନତ କହଁର , କୃଷ୍ଣ ବେହେରା , ବନମାଳୀ କହଁର , ରମେଶ ସୁନା ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ବରିଷ୍ଠ ସମାଜସେବୀ ତଥା ସଂଗଠନ ର ଜିଲ୍ଲା ସହକାରୀ ସାଧାରଣ ସଂପାଦକ କହେଁଇ ବାଦି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.