mobile header

ରାସ୍ତା ନ ଥିବାରୁ ପଦାରେ ପଡିଛି ୫୦ ଏକରରୁ ଉର୍ଦ୍ଧ ଚାଷଜମି।ସମାଧାନ ନ ହେଲେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବା ଚେତାବନୀ।

ନିଜସ୍ୱ ଏକର ଏକର ଜମି ଥାଇ ମଧ୍ୟ ଚାଷ କରିପାରୁ ନାହାନ୍ତି ଚାଷୀ। କାରଣ ଚାଷ ଜମିକୁ ଯିବାକୁ ନାହିଁ ରାସ୍ତା।ଏଭଳି ଏକ ଅଭିଯୋଗ ଆସିଛିମୟୁରଭଞ୍ଜ ଜିଲ୍ଲା ବଡ଼ସାହି ତହସିଲ ଏବଂ ବିଡିଓ ବଡ଼ସାହି ଅନ୍ତର୍ଗତ ସିଂଘଟିଆ ଗ୍ରାମରୁ।ତେବେ ଉକ୍ତ ଗ୍ରାମର ଗ୍ରାମବାସୀ ବସନ୍ତ ଦଣ୍ଡପାଟ,ମଧୁସୂଦନ ଦଣ୍ଡପାଟ, ବନମାଳୀ ଦଣ୍ଡପାଟ, ଶିବପ୍ରସାଦ ଦଣ୍ଡପାଟ, କରୁଣାକର ଦଣ୍ଡପାଟ ଙ୍କ ଅଭିଯୋଗ ଅନୁଯାୟୀ ସିଙ୍ଘଟିଆ ଗ୍ରାମର ତିନି ପଟ ଅର୍ଥାତ ପୂର୍ବ,ପଶ୍ଚିମ, ଉତ୍ତର ପଟରେ ଜନ ବସତି ଥିବାବେଳେ ଗ୍ରାମର ଦକ୍ଷିଣ ପଟରେ ସ୍କୁଲ ଏବଂ ସ୍କୁଲପୋଖରୀ ରହିଛି। ଗ୍ରାମ ଓ ସ୍କୁଲ ମଝିରେ ପ୍ରାୟ ୫୦ ରୁ ୬୦ ଏକର ଚାଷଜମି ରହିଛି।ମାତ୍ର ଏହି ଚାଷ ଜମିକୁ ଯିବା ପାଇଁ କୌଣସି ରାସ୍ତା ନ ଥିବାରୁ ଚାଷ କାମ କରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ।ଏବାବଦରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ମୟୁରଭଞ୍ଜ ଜିଲ୍ଲାପାଳ, ବଡ଼ସାହି ତହସିଲଦାର ,ଏବଂ ବଡ଼ସାହି ବିଡ଼ିଓ ଙ୍କୁ ଅବଗତ କରାଯାଇଥିଲା।ତେବେ ଆଗକୁ ଆସିଲାଣି ବର୍ଷା ଋତୁ ଏହି ଋତୁଟି ଚାଷକର୍ଯ୍ୟ ପାଇଁ ବେଶ ଅନୁକୂଳ ହୋଇଥାଏ ଚାଷୀଙ୍କ ପାଇଁ।ଆଉ ଏହି ଚାଷରୁ ବର୍ଷସାରା ପରିବାର ପ୍ରତିପୋଷଣ କରିଥାନ୍ତି ଚାଷୀ।ତେବେ ନିଜ ଚାଷଜମି ଥାଇ ଜମିକୁ ଚାଷକାର୍ଯ୍ୟ କରିବାକୁ ଯିବା ପାଇଁ ଚାଷୀ ପାଉନାହାନ୍ତି ରାସ୍ତା।ଫଳରେ ଠପ ହୋଇପଡିଛି ଚାଷ କାର୍ଯ୍ୟ। ଯାହାଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ।ତେବେ ବାରମ୍ବାର ଏ ବାବଦରେ ପ୍ରଶାସନିକ ଅଧିକାରୀ ଙ୍କୁ ଜଣାଇ ଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଖି ଦୃଶିୟା ପଦକ୍ଷେପ ସାମ୍ନାକୁ ଆସିନାହିଁ।ଯାହାକୁନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି ଚାଷୀମାନଙ୍କ ଭିତରେ।ତେବେ ତୁରନ୍ତ ଏହି ସମସ୍ୟାର ସମାଧନ ପାଇଁ ଦାବିକରିଛନ୍ତି ଗ୍ରାମବାସୀ। ନହେଲେ ଆନ୍ଦୋଳାତ୍ମକ ପନ୍ଥା ଆପଣେଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.