mobile header

ଜିଲ୍ଲା ଶୈଣ୍ଢିକ ସମାଜର ପ୍ରତିଷ୍ଠା ଦିବସ


ଫୁଲବାଣୀ -20/6 ସୋମବାର ଫୁଲବାଣୀ ବ୍ଲକ ଅନ୍ତର୍ଗତ କେରେଡ଼ି ଉମା ମହେଶ୍ୱରୀ ମନ୍ଦିର ନିକଟରେ ଜିଲ୍ଲା ଶୈଣ୍ଢିକ ସମାଜର ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି l ସମାଜ ର ସଭାପତିଦେବେଶ୍ୱର ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ସସ୍କିତା କହଁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କେରେଡି ସରପଞ୍ଚ ବନିତା କହଁର,ଗୁମାଗଡ ସରପଞ୍ଚ ପ୍ରତାପ ଚନ୍ଦ୍ର କହଁର,ଯୋଗ ଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶୈଣ୍ଢିକ ସମାଜ ଉପ ସଭାପତି ବାଳକୃଷ୍ଣ ସାହୁ, ସମ୍ପାଦକ ସୁଶାନ୍ତ କୁମାର ବେହେରା, ସହ ସମ୍ପାଦକ ବସନ୍ତ ସାହୁ, କୋଷାଧ୍ୟକ୍ଷ ଶିବପ୍ରସାଦ ସାହୁ , ଉପଦେଷ୍ଟା ତୈନାଥ ସାହୁ, ପ୍ରଫୁଲ୍ କୁମାର ସାହୁ, ପଦ୍ମ ଚରଣ ସାହୁ,ମଳୟ ବେହେରା, ପ୍ରମୁଖ ପ୍ରତିଷ୍ଠା ଦିବସ ସମାରୋହ ରେ ଯୋଗଦେଇ ଆଗାମୀ ଦିନରେ ଶୈଣ୍ଢିକ ସମାଜ ସଂଗଠନ କିପରି ସୁଦୃଢ ହୋଇ ପାରିବ ସେନେଇ ଆଲୋଚନା କରାଯାଇଥିଲାl

ସ ରୋଜ ବେହେରା ସଭା ପରିଚାଳନା କରିଥିଲେ । ଶୁଣ୍ଢି କ ସମାଜ ର ପ୍ରତିଷ୍ଠାତା ଅବଦୂତ ସାହୁ , ପଦ୍ମ ଚରଣ ସାହୁ , ଦିନ ବନ୍ଧୁ ସାହୁ , ପ୍ରଫୁଲ୍ଲ ସାହୁ , ଇନ୍ଦ୍ର ପ୍ରଧାନ ଏହି ସମାଜ ର ଉପବିଧି ଲେଖକ ସ୍ବର୍ଗତ ଅବଦୁତ ସାହୁ , ଙ୍କୁ ସ୍ମରଣ କରାଯାଇଥିଲା l ଶେଷରେ ଶିବ ପ୍ରସାଦ ସାହୁ ଧନ୍ୟବାଦ୍ ଦେଇଥିଲେ। ଏବଂ କେରେଡି ଗ୍ରାମ ର ମା ଭଉଣୀ ଏବଂ ଯୁବ ଗୋଷ୍ଟି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.