୭ ଖଣ୍ଡ କାଠଗଣ୍ଡି ବୋଝେଇ ଟ୍ରାକ୍ଟର ସହ ୪ ଗିରଫ

ପଡିଆ, ୨୦/୦୬ : ମାଲକାନଗିରି ଜିଲ୍ଲା କାଲିମେଳା ବନଖଣ୍ଡ ଅଧୀନ ତଥା ପଡିଆ ଉପଖଣ୍ଡ ବନ ବିଭାଗ ପକ୍ଷରୁ ବଜାଗୁଡା ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରୁ ମୂଲ୍ୟବାନ କାଠ ଚୋରାଚାଲାଣ ହେଉଥିବା ଖବର ପାଇ ୭ ଟି କାଠ ଗଣ୍ଡି ସହ ୪ ଜଣ ଲୋକଙ୍କୁ ଗିରଫ କରିଛି ବନ ବିଭାଗ । ସୂଚନା ମୁତାବକ ଗତ ଶନିବାର ବିଳମ୍ବିତ ରାତିରେ ବନ ବିଭାଗ ପକ୍ଷରୁ ପଡିଆ ଫରେଷ୍ଟ ସେକ୍ସନର ବନପାଳ ପବିତ୍ର କୁମାର ଦାସ , ଫରେଷ୍ଟ ଗାର୍ଡ ପପିତା ଆଜମୀରା , କାନନ ବିଶ୍ବାସ ଏବଂ ଅନ୍ୟ ପାରା କର୍ମଚାରୀ ଗତ ଶନିବାର ରାତିରେ ବଜାଗୁଡା ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ପଡିଆ ଶିମିଳିବାଞ୍ଛା ମୁଖ୍ୟ ସ୍ଥିତ ବଜାଗୁଡା ଗ୍ରାମ ନିକଟରେ ବିଶାଳକାୟ ଟେକ ଗଛ କଟା ଯାଉଥିବା ଜଣାପଡ଼ିଥିଲା। ଖବର ପାଇ ତୁରନ୍ତ ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ୭ ଟି କାଠ ଗଣ୍ଡି ଜବତ କରିବା ସହ ବେଆଇନ ଭାବେ ଗଛ କାଟି ନେଉଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଚାରିଜଣ ପଡ଼ିଆ ବ୍ଲକ ଏମପିଭି ୬୧ ଗ୍ରାମର ତାରକନାଥ ସରକାର ତାଙ୍କ ସହଯୋଗୀ କ୍ରିଷ୍ଣା ସରକାର , କାଲଦାପାଲୀ ଗ୍ରାମର କାହ୍ନୁଚରଣ ମାଡକାମି ଏବଂ ମୁକା ମାଢ଼ିକୁ କାଲିମେଳା ବନ ବିଭାଗ ହାଜତରେ ରଖାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । କାଲିମେଳା ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳେଇଙ୍କ ନେତୃତରେ ଏହି ଘଟଣାର ତଦନ୍ତ ଜାରି ରହିଛି । ଜବତ କାଠର ହାରାହାରି ବଜାର ମୂଲ୍ୟ ଲକ୍ଷାଧ୍ଵକ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ଜଣାପଡିଛି ।

Leave A Reply

Your email address will not be published.