mobile header

ବାରିପଦା ପୌରପରିଷଦ ନଗରପାଳ ଙ୍କ ତତ୍ପରତା।କୁତ୍ରିମ ବନ୍ୟା ବର୍ଷା ଜଳ ନିଷ୍କାସନ ପାଇଁ ତୁରନ୍ତ ନେଲେ ପଦକ୍ଷେପ।

୨୦-୦୬-୨୦୨୨,ମୟୂରଭଞ୍ଜ।ବର୍ଷା ଋତୁର ପ୍ରଥମ ମୌସୁମୀ ବର୍ଷାରେ ବାରିପଦା ସ୍ଥିତ ୱାର୍ଡ ନମ୍ବର ୭ ବଗିଚାସାହି ମଧ୍ୟରେ କୁତ୍ରିମ ବନ୍ୟା ସୃଷ୍ଟି ହେବା ଦ୍ୱାରା ଅନେକ ଘରେ ପାଣି ପଶି ଯାଇଥିଲା।ତେବେ ଏବାବଦରେ ୱାର୍ଡବାସୀ କାଉନସିଲର ଙ୍କୁ ଜଣାଇଥିଲେ। ଲୋକଙ୍କ ଅଭିଯୋଗ ଏବଂ ନିଜେ ନିରୀକ୍ଷଣ କରି ଉକ୍ତ ୱାର୍ଡର କାଉନସିଲର ପ୍ରଶାନ୍ତ ବେହେରା ଏବାବଦରେ ପୌରପରିଷଦ ର ନଗରପାଳ ଶ୍ରୀଯୁକ୍ତ କୃଷ୍ନାନନ୍ଦ ମହାନ୍ତି ଙ୍କୁ ଜଣାଇଥିଲେ।ଖବରପାଇ ନଗରପାଳ ଶ୍ରୀ ମହାନ୍ତି ପ୍ରଶାସନିକ ଅଧିକାରୀ ସମେତ ସଫେଇ କର୍ମଚାରୀ କୁ ନେଇ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ବର୍ଷାଜଳ ନିଷ୍କାସନ ର ବ୍ୟବସ୍ଥା କରିଥିଲେ।ଏହା ବ୍ୟତୀତ ସାହି ମଧ୍ୟରେ ପାନୀୟ ଜଳର ସୁବ୍ୟବସ୍ଥା, ହୁଡ଼କ କଲୋନୀ ସ୍ଥିତ ଏକ ଆବଦ୍ଧ ପାଚେରୀ ମଧ୍ୟରେ ଜମା ଥିବା ଅଳିଆ କୁ ତୁରନ୍ତ ସଫା କରାଇବା ସହିତ ସେଠାରେ ଏକ ପମ୍ପହାଉସ କରି ପାନୀୟଜଳ ର ବ୍ୟବସ୍ଥା କରିବାର ପ୍ରତିଶୃତି ଦେଇଥିଲେ।ନଗରପାଳ ଙ୍କ ଏଭଳି ପଦକ୍ଷେପ କୁ ସ୍ଥାନୀୟ ଜନସାଧାରଣ ଏବଂ ବୁଦ୍ଧିଜୀବୀ ବେଶ ଭୁରୁ ଭୁରି ପ୍ରଶଂସା କରିଥିଲେ।

Leave A Reply

Your email address will not be published.