
ମାଲକାନଗିରି,୨୦/୬: ମାଲକାନଗିରି ଆଦର୍ଶ ଥାନା ପରିସରରେ ଆଜି ଚାଇଲ୍ଡ ଫ୍ରେଣ୍ଡଲି ଥାନା ଉଦଘାଟିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଉପସ୍ଥିତ ରହି ଏହି ଥାନାକୁ ଉଦଘାଟିତ କରିଥିଲେ।ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଲୋକେ ଏଠାରେ ବିଶ୍ରାମ ନେବା ସହ ନିଜକୁ ସୁରକ୍ଷିତ ମନେ କରିବେ।ଏହି ଥାନାରେ ସେମାନେ ବିଶ୍ରାମ ନେବା ସହ ନିଜର ଅଭିଯୋଗକୁ ଜଣାଇବେ।ପୁଲିସ ତରଫରୁ ଅଭିଯାଗକାରୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ।ସେମାନେ ଯେମିତି ଭୟ ଏବଂ ଆତଙ୍କିତ ନହୋଇ ପୁଲିସ ସହ ଚିନ୍ତାମୁକ୍ତ ହୋଇ ଆଲୋଚନା କରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି।ପୁଲିସ ଏବଂ ଅଭିଯୋଗକାରୀମାନଙ୍କ ମଧ୍ୟରେ କିପରି ସୁସଂପର୍କ ସ୍ଥାପନ ହେବ ଏହି ଥାନାର କର୍ତ୍ତବ୍ୟ ବୋଲି କୁହାଯାଇଛି।ନିଜ ପିଲା ଛୁଆଙ୍କୁ ନେଇ ଆସୁଥିବା ମହିଳା ବା ପୁରୁଷ ଏଠାରେ ବିଶ୍ରାମ ନେବା ସହ ପୁଲିସକୁ ନିଜର ଦୁଃଖ ଜଣାଇପାରିବେ।ଏହି କାର୍ଯ୍ୟକ୍ରମରେ ଏସପି ନୀତିଶ ଵାଧଵାନୀ,ଅତିରିକ୍ତ ଏସପି ବଳଭଦ୍ର ଦୀପ,ଆଇଆଇସି ରିଗାନ କିଣ୍ଡୋ ପ୍ରମୁଖ ଉପସ୍ଥିତ ଥିଲେ।