କଂଗ୍ରେସ ର ବିଶାଳ ସମାବେଶ

ଚିତ୍ରକୋଣ୍ଡା :-20/06/2022-ଆଜି ମାଲକାନଗିରି ପ୍ରଦେଶ କଂଗ୍ରେସ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ଠାରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଅଠର ଗୋଟି ପଞ୍ଚାୟତ ର ପାଞ୍ଚ ହଜାର ରୁ ଉର୍ଦ୍ଧ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି କଂଗ୍ରେସ ଦଳର ମାଲକାନଗିରି ଜିଲା ସଭାପତି ଗୋବିନ୍ଦ ପାତ୍ର,କଂଗ୍ରେସ ଯୁବ ସଭାପତି ମଙ୍ଗୁ ଖିଲ,ବରିଷ୍ଠ କଂଗ୍ରେସ କର୍ମି ଶରତ ବୁରୁଦା, ଚିତ୍ରକୋଣ୍ଡା ବ୍ଲକ କଂଗ୍ରେସ ସଭାପତି ବିଦେଶୀ ଗୌଡ଼ ନେତୃତ୍ୱରେ ଏବଂ ବରିଷ୍ଠ କଂଗ୍ରେସ ନେତା ତଥା କୋରାପୁଟ ବିଧାୟକ ତାରା ପ୍ରସାଦ ବାହିନୀପତି ଙ୍କ ଉପସ୍ଥିତିରେ ଦଳୀୟ ନେତାଙ୍କ ନେତୃତ୍ୱରେ ବିଭିର୍ଣ୍ଣ ଦାବି ନେଇ ଚିତ୍ରକୋଣ୍ଡା ହାଟପଦା ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା ରାଲି କରି ନାରାବାଦୀ ସହ ବ୍ଲକ ଆଗରେ ପ୍ରତିବାଦ ସଭା କରି ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ ଙ୍କୁ ବିଭିନ୍ନ ଜମି କୁ ଗାଁ ଜଳ, ଚାଷ ସୁବିଧା, ବିଭିର୍ଣ୍ଣ ଭତ୍ତା, ରାସ୍ତା ଘାଟ, ସ୍କୁଲ ଓ ଅଙ୍ଗନବାଡି ଘର ଭଳି ବିଭିର୍ଣ୍ଣ ଦାବି ପ୍ରଦାନ କରିଥିଲେ l ଏଥି ସହିତ ଚିତ୍ରକୋଣ୍ଡା ପୁଲିସ ଆରଏସସି ତେର ନମ୍ବର ଗାଁ ରେ ଗଞ୍ଜେଇ ଘଟଣା କୁ ନେଇ ମହିଳା ମାନଙ୍କୁ ବଡ଼ାଇବା ଘଟଣା କୁ ପ୍ରତିବାଦ କରି ଚିତ୍ରକୋଣ୍ଡା ଏସଡିପିଓଙ୍କ ଅଂଶୁମାନ ଦିବେଦୀ ଙ୍ଙ୍କୁ ବଦଳି ଦାବି କରି ଚିତ୍ରକୋଣ୍ଡା ଥାନା ଗେଟ ପେଲି ଥାନା ଭିତରେ ପଶି ଥାନା କାର୍ଯ୍ୟାଳୟ ଆଗରେ ଥିବା ବୋଲର ଗାଡ଼ି ଗୁଡ଼ିକୁ ଭଙ୍ଗା ରୁଜା କରିବା ସହ ସିସି ଟିଭି, ଲାଇଟ ଭଙ୍ଗା ରୁଜା କରି କାର୍ଯ୍ୟାଳୟ ଭିତରେ ପଶି ପୁଲିସ କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ମାତ୍ର କାର୍ଯ୍ୟାଳୟ ଗେଟ ଭିତରେ ପଶି ପାରି ନଥିଲେ l ପରେ ଅନ୍ୟ ଦଳୀୟ କର୍ମି ମାନେ ଉତ୍ତକ୍ତ ଲୋକଙ୍କୁ ଅଟକାଇ ଥିଲେ l ଘଟଣା ସ୍ଥଳରେ ଲୋକାଲ ମାଜିଷ୍ଟେଟ ଭାବରେ ଚିତ୍ରକୋଣ୍ଡା ତହସିଲଦାର ଟି.ପଦ୍ମାନାଭ ଦୋରା ପହଞ୍ଚି ଘଟଣା ଅନୁଧ୍ୟାନ କରୁଛନ୍ତି l

Leave A Reply

Your email address will not be published.