mobile header

ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ସମୀକ୍ଷା ଏଜେନ୍ସିଙ୍କୁ କାମ ଶେଷ କର ନଚେତ ବ୍ଲାକ ଲିଷ୍ଟ କରାଯିବ- ମନ୍ତ୍ରୀ

ମାଲକାନଗିରି,୨୦/୬ ମାଲକାନଗିରି ଗସ୍ତରେ ଆଜି ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଆଜି ଡିଆରଡିଏ ସଭାଗୃହରେ ଜିଲ୍ଲାରେ ଚାଲିଥିବା କାମଗୁଡିକ ଉପରେ ସମୀକ୍ଷା କରିଥିଲେ।ଏହି ବୈଠକରେ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ସମେତ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି,ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା,ପୌରାଧ୍ୟକ୍ଷ ମନୋଜ କୁମାର ବାରିକ,ଜିଲ୍ଲାପାଳ ବିଶାଲ ସିଂ,ବିଭାଗୀୟ ଉଚ୍ଚପଦାଧିକାରୀମାନେ ଉପସ୍ଥିତ ଥିଲେ।ଜିଲ୍ଲାରେ ଚାଲିଥିବା ପୂର୍ତ୍ତ ବିଭାଗର କାମଗୁଡିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।ବିଶେଷକରି ଦୀର୍ଘ ଦିନ ଧରି ପଡି ରହିଥିବା କାମଗୁଡିକକୁ କିପରି ତୁରନ୍ତ ସମାପ୍ତ କରାଯିବ ସେନେଇ ମନ୍ତ୍ରୀ ତାଗିଦ କରିଥିଲେ।ଉପସ୍ଥିତ ଠିକାଦାର ଏବଂ ଏଜେନ୍ସିମାନଙ୍କୁ ମନ୍ତ୍ରୀ ତୁରନ୍ତ କାମ ଶେଷ କରିବାକୁ ନିର୍ଦେଶ ଦେବା ସହ କାମ ଧାର୍ଯ୍ୟ ସମୟରେ ଶେଷ ନହେଲେ ବ୍ଲାକଲିଷ୍ଟ କରାଯିବା ନେଇ ମଧ୍ୟ ଧମକ ଦେଇଥିଲେ।ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ ପୂର୍ତ୍ତ ବିଭାଗ ତରଫରୁ କୋଟି କୋଟି ଟଂକାର କାମ ଚାଲିଥିବା ବେଳେ ଏହାକୁ ବିଭାଗୀୟ ଅଧିକାରୀମାନେ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ପ୍ରଚେଷ୍ଟା ଚଳାଇଥିବା ଦେଖିବାକୁ ମିଳିଥିଲା।ପ୍ରତ୍ୟେକ କାମର ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା।ମନ୍ତ୍ରୀଙ୍କ ଗସ୍ତ ଜିଲ୍ଲାର ବିକାଶ ଆହୁରି ତୀବ୍ରତର ହେବ ବୋଲି ଆଲୋଚନା ହୋଇଥିଲା।ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମାଲକାନଗିରି ଜିଲ୍ଲାକୁ ସ୍ବତନ୍ତ୍ର ଫୋକସ କରୁଥିବାରୁ ଏହାର ବିକାଶରେ କୌଣସି ସାଲିସ କରିବେ ନାହିଁ ବୋଲି କୁହାଯାଇଛି।ତେଣୁ ମାଲକାନଗିରି ଜିଲ୍ଲାକୁ ଘନ ଘନ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ଗସ୍ତ ରଖାଯାଇ ବିକାଶ କାର୍ଯ୍ୟକୁ ତରାନ୍ବିତ କରାଯାଉଛି।

Leave A Reply

Your email address will not be published.