ଜାତୀୟ ରଗବି ବଲ ଚୟନ ଶିବିରରେ ମୟୁରଭଞ୍ଜର ତିନ ଖେଳାଳି।ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ।

ବାରିପଦା:-ଅଠର ବର୍ଷରୁ କମ ଜାତୀୟ ରଗବି ଫୁଟବଲ ଦଳ ଚୟନ ଶିବିରରେ ଯୋଗ ଦେବେ ମୟୁରଭଞ୍ଜର ତିନ ଖେଳାଳି। ବିହାରର ପାଟନା ଠାରେ ଅନୁଷ୍ଠିତ ଅଠର ବର୍ଷରୁ କମ ସର୍ବଭାରତୀୟ ରଗବି ଫୁଟବଲ ଚମ୍ପିୟନସିପରେ ଓଡିଶା ଦଳ ବିହାର ଠାରୁ ପରାସ୍ତ ହୋଇ ରନର୍ସ ଅପ ହୋଇଛି। ଓଡିଶା ଦଳରେ ମୟୁରଭଞ୍ଜର ପାଞ୍ଚ ଜଣ ଖେଳାଳି ସ୍ଥାନ ପାଇଥିଲେ। ସେମାନେ ହେଲେ ସୁମତି ହାଁସଦା, ପାର୍ବତୀ ସୋରେନ, ପାର୍ବତୀ ହାଁସଦା, ଆରତୀ ମୁର୍ମୁ ଓ ସନ୍ଧ୍ୟାରାଣୀ ଟୁଡୁ। ଉଚ୍ଚ ମାନର ଖେଳ ପ୍ରଦର୍ଶନ କରି ତିନ ଖେଳାଳି ପାର୍ବତୀ ହାଁସଦା, ଆରତୀ ମୁର୍ମୁ ଓ ସନ୍ଧ୍ୟାରାଣୀ ଟୁଡୁ ଜାତୀୟ ଦଳ ଚୟନ ଶିବିରରେ ଯୋଗ ଦେବେ ବୋଲି କୋଚ ନିରଞ୍ଜନ ବିଶ୍ୱାଳ ଜଣାଇଛନ୍ତି।ଏହି ଅବସରରେ ଜିଲ୍ଲାପାଳ ବିନୀତ ଭାରଦ୍ୱାଜ ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ଓ ଖେଳାଳି ମାନଙ୍କୁ ଉଚ୍ଚ ମାନର କିଟ ଯୋଗାଇ ଦିଆଯିବବୋଲି ପ୍ରତିଶୃତି ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ମିଡ଼ିଆ ସଂଯୋଜକ ସୋମନାଥ ସିଂହ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ମୟୁରଭଞ୍ଜ ର ବାଳିକା ମାନଙ୍କୁ ନିଜ ପ୍ରଚେଷ୍ଟାରେ ରଗବି ଫୁଟବଲ ପ୍ରତି ଆକୃଷ୍ଟ କରିବା ସହ ପ୍ରଶିକ୍ଷଣ ଦେଇ ଆସୁଛି। ଏହି ଏକାଡେମୀର ନିର୍ଦ୍ଦେଶକ ଅମର ସେଠି, ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ, ବାରିପଦା ଶାଖା ପରିଚାଳକ ରଞ୍ଜିତ ରାଉତ ତଥା ମଙ୍ଗଲ ହାଁସଦା ଓ କୋଚ ରୁପାଲୀ ସୋରେନଙ୍କ ତତ୍ୱାବଧାନରେ ପରିଚାଳିତ ହୋଇ ଆସୁଅଛି।

Leave A Reply

Your email address will not be published.