ବିଶେଷଜ୍ଞ ମାନଙ୍କ ମତରେ ପର୍ଯ୍ୟଟନ ଶିଳ୍ପ ହିଁ ଗୋଟେ ଏଭଳି ଶିଳ୍ପ ଯୋଉଥିରେ କି ଅଳ୍ପ ପୁଞ୍ଜି ନିବେଶରେ ଅଧିକ ମାତ୍ରାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିଥାଏ ତାସହିତ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ କରାଇଥାଏ।ଇତିହାସ ରେ ଦୃଷ୍ଟି ପକାଇଲେ ମୟୂରଭଞ୍ଜ ହେଉଛି ପର୍ଯ୍ୟଟନ ସ୍ଥଳୀର ଗନ୍ତାଘର।ଦିର୍ଘଦିନରୁ ମୟୁରଭଞ୍ଜ ରେ ପର୍ଯ୍ୟଟନ ଶିଳ୍ପର ପ୍ରତିଷ୍ଠା ସହିତ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରିବା ପାଇଁ ଦାବୀ କରିଆସୁଛି ଭଞ୍ଜସେନା। କାରଣ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ହେଲେ ଦେଶ ବିଦେଶରୁ ବହୁ ଭକ୍ତ ଓ ପର୍ଯ୍ୟଟକ ମୟୁରଭଞ୍ଜ କୁ ଆସିବେ, ଯାହା ଦ୍ୱାରା ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ହେବା ସହିତ ବହୁ ବେରୋଜଗାର ମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରୋଜଗାରକ୍ଷମ ହୋଇପାରିବେ।ମାତ୍ର ରାଜ୍ୟ ସରକାର ମୟୁରଭଞ୍ଜ ବାଦ ରାଜ୍ୟର ବହୁ ପର୍ଯ୍ୟଟନ ସ୍ଥଳୀ ଓ ଐତିହ୍ୟ ସ୍ଥାନ ଗୁଡିକର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ମୟୁରଭଞ୍ଜ କୁ ସଂମ୍ପୁର୍ଣ ଭାବେ ଅଣଦେଖା କରୁଥିବା କଥା ଅଭିଯୋଗ ଆଣିଛି ଭଞ୍ଜସେନା। ସେ କହିଛିରାଜ୍ୟ ବିଜେଡି ସରକାର ଭୋଟ ନେବାବେଳେ ମୟୁରଭଞ୍ଜ ରୁ ନେଉଛନ୍ତି ମାତ୍ର ମୟୁରଭଞ୍ଜ ର କୌଣସି କ୍ଷେତ୍ରରେ ବିକାଶ କରୁନାହାନ୍ତି।ସେହିପରି ନବ ରୂପାନ୍ତର ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ତରଫରୁ (୧) ଗଞ୍ଜାମ ମାଆ ତାରା ତାରିଣୀ ମନ୍ଦିର ପାଇଁ ୧୭୨.୦୬କୋଟି (୨)ସମଲେଶ୍ବରୀ ମନ୍ଦିର ପାଇଁ ୨୦୦କୋଟି (୩)କଟକ ଚଣ୍ଡୀ ମନ୍ଦିର ପାଇଁ ୭୦କୋଟି (୪) କେନ୍ଦୁଝର ମାଆ ତାରିଣୀ ମନ୍ଦିର ପାଇଁ ୪୦କୋଟି(୫) ଭଦ୍ରକ ଆଖଣ୍ଡଳମଣି ମନ୍ଦିର ପାଇଁ ୯୨କୋଟି(୬)ସାରଳା ମନ୍ଦିର ପାଇଁ ପ୍ରଥମ ପର୍ଯ୍ୟାୟ ରେ ୪୨କୋଟି ଏବଂ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ର ସୌନ୍ଦର୍ଜିକରଣ ପାଇଁ କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରୁଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରେ ଥିବା ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର ,ଖିଚିଂ ମା କିଚକେଶ୍ୱରୀ ମନ୍ଦିର, ଦେବକୁଣ୍ଡ ମା ଅମ୍ବିକା ଏବଂ ମାଣତ୍ରୀର ବାବା କଖାରୁଆ ବୈଦ୍ୟନାଥ ମନ୍ଦିର ପ୍ରତି ଅନୁଦାନ ଶୁନ ହୋଇଥିବା ନିଶ୍ଚିତ ଭାବେ ଦୁଃଖର ବିଷୟ ବୋଲି କହିଛି ଭଞ୍ଜସେନା।ସେହିପରି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର ଉର୍ନ୍ନତି ପାଇଁ ପଞ୍ଚକୋଟି ଟଙ୍କା ଅନୁଦାନ ଦେବା ନିଶ୍ଚିତ ଭାବେ ଲଜ୍ୟା ଜନକ କଥା କାହିଁକିନା ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିରର ଅଚଳାଚଳ ସମ୍ପତି ରହିଛି। ମାତ୍ର କିଛି ସମ୍ପତ୍ତିରେ ସରକାରୀ ଅଟାଳିକା ଗଢିଉଠିଥିବା ବେଳେ କିଛି ସମ୍ପତି ଏବେ ବେସରକାରୀ ଲୋକଙ୍କ କବଜାରେ ତାହାପୁଣି ଖୋଦ ବାରିପଦା ଦେବୋତ୍ତର ବିଭାଗର ଜାଣତରେ।ତେଣୁ ରାଜ୍ୟସରକାର ଙ୍କ ମୟୁରଭଞ୍ଜ ପ୍ରତି ବାରମ୍ବାର ଅବହେଳା ପ୍ରତିବାଦରେ ପୂର୍ବଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ୨୩ତାରିଖ(ଗୁରୁବାର) ମୟୁରଭଞ୍ଜ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଦୀର୍ଘ ୨୪ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ନିରଵଛିନ୍ନ ସଂଗ୍ରାମ କରିଆସୁଥିବା ଏକମାତ୍ର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଞ୍ଜସେନା, ପକ୍ଷରୁ ସଖାଳ ୯ଘଟିକା ଠାରୁ ବାରିପଦା ଜଗନ୍ନାଥ ମନ୍ଦିର ନିକଟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ଙ୍କୁ ଚେତେଇ ଦିଆ ଯାଉଛି ଯଦି ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ରାଜ୍ୟ ସରକାର କୌଣସି ଆଖି ଦୃଶିଆ ଅନୁଦାନ ପ୍ରଦାନ ନକରନ୍ତି ତେବେ ଭଞ୍ଜସେନା ଆନ୍ଦୋଳନ କୁ ଜୋରଦାର କରିବା ସହିତ ରାଜରାସ୍ତାକୁ ଓଲ୍ହାଇବା ପାଇଁ ବାଧ୍ୟ ହେବ ବୋଲି କହିଛି ଭଞ୍ଜସେନା। ତେବେ ଜିଲ୍ଲା ସଭାପତି ପିଣ୍ଟୁ ମାଇତି ଙ୍କ ନେତୃତ୍ୱରେ ହୋଇଥିବା ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଉପାଦକ୍ଷ ନିମାଇଁ ତ୍ରିପାଠୀ , ଓବିସି ଶାଖା ସଭାପତି ରାକେଶ ବେହେରା ,ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତି ରଞ୍ଜନ ପୃଷ୍ଟି , ଯୁବଛାତ୍ର ସଂଯଜକ ଏସ କେ ରାଜା ଖାନ,ଛାତ୍ର ସଭାପତି ସୌମ୍ୟରଂଜନ ମିଶ୍ର, ସହର ସଭାପତି ପ୍ରୀତମ ପଣ୍ଡା ,ଉପସଭାପତି ପ୍ରଶାନ୍ତ ମହାକୁଡ଼, ସୁଭମ ସିଂ, ଏମ ଡି ନାଜିର, ଆଲୋକ ବେହେରା,ମନୋରଞ୍ଜନ ସାହୁ,ରତିକାନ୍ତ ଦାସ, ସୌମ୍ୟରଂଜନ ସାହୁ,ପଙ୍କଜ କରଣ, ଅଭିଷେକ ଆଚାର୍ଯ୍ୟ, ଦୀପକ କୁ ବେହେରା, ସଞ୍ଜୟ ମହାନ୍ତ,ଜିତୁ ସିଂ, ସୌଭାଗ୍ୟ ଦେଓବାବୁ, ପ୍ରିୟନଶୁ ଖଟୁଆ, ଦିନେସ ସାହା,ପ୍ରଜ୍ଞା ମିତା ବେହେରା,ରୋଜି ବିନ୍ଧାଣି,ପିଙ୍କି ମହାଳି, ପ୍ରୀତି ସିଂ,ସୁମିତ ମହନ୍ତ, ଉମେଶ ପ୍ରଧାନ,ଏମ ଡି ରାଜା, ଗୌରାଙ୍ଗ ଚକ୍ରବର୍ତୀ, କରଣ ବୈଠ, କପିଳାସ ବେହେରା,ସୁଭମ ଦେ, ଅଞ୍ଜନ କୁ ଦାସ, ଅଙ୍କିତ ଗିରି ,ବବ୍ଲୁ ମହାପାତ୍ର, ମୁକ୍ତି ଦତ୍ତ ପରିଡା, ସମ୍ପଦ ପୃଷ୍ଟି ସହିତ ଶତାଧିକ କର୍ମୀ ଉପସ୍ଥିତ ଥଲେ
