ଭୁବନେଶ୍ୱରରେ ଡାକ ଓ ଦୂର ସଂଚାର ବିଭାଗୀୟ ଲେଖା ଓ ବିତ୍ତ ଅଧିକାରୀ ସଂଘର ସର୍ବଭାରତୀୟ ସମ୍ମିଳନୀ

ଭୁବନେଶ୍ୱର: ସର୍ବଭାରତୀୟ ଡାକ ଓ ଦୂର ସଂଚାର ବିଭାଗୀୟ ଲେଖା ଓ ବିତ୍ତ ଅଧିକାରୀ ସଂଘର ତିନି ଦିନିଆ ପଞ୍ଚମ ରାଷ୍ଟ୍ରୀୟ ଅଧିବେଶନ ଜୁନ ୨୩ରୁ ଜୁନ ୨୫ ପର୍ଯ୍ୟନ୍ତ କିଟ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଛି। ଭାରତୀୟ ଡାକ ବିଭାଗର ବରିଷ୍ଠ ଉପ ମହା ନିର୍ଦେଶକ ଗୋପାଳ କୃଷ୍ଣ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ସେ ଅଧିକାରୀ ମାନଙ୍କୁ ଆଧ୍ୟାତ୍ମିକ ଜ୍ଞାନ ମାଧ୍ୟମରେ କର୍ତ୍ତବ୍ୟ ସମ୍ପାଦନ ସମ୍ପର୍କରେ ସୂଚନା ଦେଇଥିଲେ।ଜୁନ ୨୪ରେ ଅନୁଷ୍ଠିତ ଖୋଲା ଅଧିବେଶନରେ ଦିଲୀପ ପାଧ୍ୟେ, ସଭ୍ୟ (ବିତ୍ତ ), ଦୂର ସଂଚାର ବିଭାଗ, ଦିଲ୍ଲୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଧିକାରୀ ମାନଙ୍କ ସମସ୍ୟାକୁ ସହାନୁଭୂତିର ସହିତ ବିଚାର କରିବା ପାଇଁ ପ୍ରତିଶୃତି ଦେଇଥିଲେ। ଲୋପାମୁଦ୍ରା ମହାନ୍ତି, ସଂଚାର ନିୟନ୍ତ୍ରକ ଓ ପ୍ରଶାନ୍ତ କୁମାର ଦାଶ, ନିର୍ଦ୍ଦେଶକ, ଡାକ ଲେଖା ସନମାନୀୟ ଅତିଥି ଭାବେ ଯୋଗ ଦେଇ ଦକ୍ଷତା ବୃଦ୍ଧି ଓ ସମିଳନୀ ଦିବସର ଐତିହାସିକ ମହତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ସଂଘର ସର୍ବ ଭାରତୀୟ ମହାସଚିବ ଧୂନା ରାମ ଯାଦବ ଅଧିକାରୀ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ସଂଘର ଓଡିଶା ଶାଖାର ସମ୍ପାଦକ ଶ୍ରୀକାନ୍ତ ମହାପାତ୍ର ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ଓ ସର୍ବଭାରତୀୟ ସଂଗଠନ ସମ୍ପାଦକ ତଥା ସମ୍ମିଳନୀ ର ଆବାହକ ଗଦାଧର ରଥ ଉପସ୍ଥିତ ଅତିଥି ଓ ଅଧିକାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଂଘ ର ସଭାପତି ବିନୋଦ ନିଝାୱନ ସଭା ପରିଚାଳନା କରିଥିଲେ।ଏହି ସମ୍ମିଳନୀରେ ଯୋଗଦେଇଥିବା ୨୨ଟି ରାଜ୍ୟର ପ୍ରତିନିଧିଙ୍କ ମଧ୍ୟରୁ ଆସନ୍ତା ଦୁଇ ବର୍ଷ ପାଇଁ ସର୍ବଭାରତୀୟ କର୍ମକର୍ତ୍ତାଙ୍କୁ ଚୟନ କରାଯାଇଥିଲା। ଓଡିଶା ଶାଖାରୁ ଗଦାଧର ରଥ, ସର୍ବ ଭାରତୀୟ ଅତିରିକ୍ତ ମହା ସଚିବ ଭାବେ, ଶ୍ରୀକାନ୍ତ ମହାପାତ୍ର, ସର୍ବଭାରତୀୟ ସାଙ୍ଗଠନିକ ସମ୍ପାଦକ ଭାବେ ଓ ପାର୍ବତୀ ପ୍ରସାଦ ମିଶ୍ର,ସଂଘର କେନ୍ଦ୍ରୀୟ ସଚିବାଳୟ ର ସଦସ୍ୟା ଭାବେ ନିର୍ବାଚିତ ହୋଇଛନ୍ତି। ସନ୍ଧ୍ୟାରେ ମାନସ ଦାଶ ଓ ସାଥୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I

Leave A Reply

Your email address will not be published.