mobile header

୩୦ ବର୍ଷ ପର୍ଯ୍ୟନ୍ତ ସରକାରୀ ଜମିରେ ଚାଷ କରୁଥିଲେ ଆପଣ ହୋଇଯିବେ ଜମିର ମାଲିକ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଯଦି ଜଣେ ଚାଷୀ କୌଣସି ସରକାରୀ ଜମିକୁ ୩୦ ବର୍ଷ ଧରି ଚାଷ କରି ଆସୁଥିବେ, ତେବେ ସେ ଉକ୍ତ ଜମିର ମାଲିକାନା ତାଙ୍କ ନାମରେ ହୋଇଯିବ । ଏନେଇ ରାଜ୍ୟ ସରକାର ଏକ ପଲିସି ଆଣିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୦୨୩ ଫେବୃଆରୀ ୧ ତାରିଖ ପୂର୍ବରୁ ଏହି ପଲିସି ଆଣିବାକୁ ହାଇକୋର୍ଟ କହିଥିବା ଜଣାପଡ଼ିଛି ।ସୂଚନା ମୁତାବକ, ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର କିଛି ଚାଷୀଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ଜବରଦଖଲ ମାମଲା ରୁଜୁ ହୋଇଥିଲା । ଉକ୍ତ ଚାଷୀମାନେ ଗତ ୧୯୮୩ରୁ କାଜୁ ଚାଷ କରି ଆସୁଥିଲେ । ଉକ୍ତ ଆଦେଶକୁ ଚାଲେଞ୍ଜ କରି ଏକ ମାମଲା ରୁଜୁ ହୋଇଥିଲା । ତେବେ ୬ ମାସ ମଧ୍ୟରେ ଏକ ପଲିସି ପ୍ରସ୍ତୁତ କରିବାକୁ ହାଇକୋର୍ଟ ରାଜ୍ୟ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।ଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ୩୦ ବର୍ଷ ପୂର୍ବରୁ କେନ୍ଦ୍ର ସରକାରଙ୍କ ଥଇଥାନ ଯୋଜନାରେ ଜମି ପାଇଥିଲେ । ପରେ ସେମାନଙ୍କୁ ଜବରଦଖଲ କରାଯିବାରୁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ.ମୁରଲୀଧର ଓ ବିଚାରପତି ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଉଭୟ ହିତାଧିକାରୀ ଓ ରାଜ୍ୟ ସରକାରଙ୍କୁ ଫାଇଦା ଦେଉଥିବା ଏକ ନୀତି ଆସିବା ଦରକାର ବୋଲି ହାଇକୋର୍ଟ କହିଛନ୍ତି ।

Leave A Reply

Your email address will not be published.