mobile header

ଆନ୍ତର୍ଜାତିକ ନିଶା ନିବାରଣ ଦିବସ ରେ ନିଶାମୁକ୍ତ ସମାଜ ଗଠନ ଆହ୍ୱାନ

ଫୁଲବାଣୀ:- 26/6 ଫୁଲବାଣୀ ଗାନ୍ଧୀସ୍ମୃତି ଭବନ ଠାରେ ଜିଲ୍ଳା ପ୍ରଶାସନ ଓ ଅବକାରୀ ବିଭାଗ ତଥା ସାମାଜିକ ସୁରକ୍ଷା ବିଭାଗଙ୍କ ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳିତ ହୋଇ ଯାଇଛି।ଏହି ଅବସରରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସାମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲୀକ, ଏସ୍ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମ୍ମୁ,ପ୍ରଜାପିତା ବ୍ରହ୍ମ କୁମାରୀ ସଙ୍ଘର ସଦସ୍ୟା ବି.କେ ସବିତା,ଡି ଏସ ଏସ ଓ ବଳରାମ ଜେନା, ଅବକାରୀ ବିଭାଗର ଏସପି ମଧୁ ସ୍ମିତା ନାୟକ,ଏ ଏସ ଡବ୍ଲୁ ଓ କନ୍ଧମାଳ ମଞ୍ଜୁଲତା ପ୍ରଧାନ,ଡି ସି ପି ଓ ରଶ୍ମିତା କରନ ପ୍ରମୁଖ ଯୋଗ ଦେଇ ନିଶା ନିବାରଣ ଉପରେ ନିଜ ନିଜରସୁଚିନ୍ତିତ ମତବ୍ୟକ୍ତ କରି ଥିଲେ।ନିଶା କିଭଳି ଆଜିର ଯୁବ ସମାଜ କୁ ପଥଭ୍ରଷ୍ଟ କରୁଛି, ନିଶା ସେବନ ଯୋଗୁଁ ବହୁ ପରିବାର ଛାରଖାର ହେଇଯାଉଛି ଏଣୁ ନିଶାମୁକ୍ତ ସମାଜଗଠନ ରଆବଶ୍ୟକତା ଥିବା କହିଥିଲେl ଏଥିପାଇଁ ସଚେତନତା ଜରୁରୀ ବୋଲି ଆହୁରି କହିଥିଲେ l ଏ ହି ଅବସରରେ ଏକ ସଚେତନତା ରାଲି ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରାଯାଇଥିଲା। ଶେଷରେ ନିଶା ନିବାରଣ ସକାଶେ ସମସ୍ତଙ୍କୁ ବୁଝାଇ ବା ପାଇଁ ସପଥ ପାଠ କରାଯାଇଥିଲା l ଏଥିରେ ପୋଲିସ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀ,ଖେଳ ଶିକ୍ଷକ ପ୍ରଶାନ୍ତ ଦାସ ଓ ସ୍କାଉଟ ଛାତ୍ରଛାତ୍ରୀଙ୍କ ସମେତ ଅବକାରୀ ବିଭାଗ କର୍ମଚାରୀମାନେ ସାମିଲ ହୋଇ ନିଶାନିବାରଣ ପାଇଁ ସମ୍ବନ୍ଧୀୟ ସ୍ଲୋଗାନ ଦେବା ସହ ଲିଫପ୍ଲେଟ ବଣ୍ଟନ କରାଯାଇଥିଲା l

Leave A Reply

Your email address will not be published.