ବିଦ୍ୟାଳୟ କୁ ପାଳି କରି ଆସୁଛନ୍ତି ଶିକ୍ଷକ ମଧ୍ୟାହ୍ନ ଭୋଜନ ପରେ ବିଦ୍ୟାଳୟ ଛୁଟି !

ଫୁଲବାଣୀ -୨୮,୦୬ ସରକାର ପ୍ରାଥମିକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବାବେଳେ ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗୁମୁକିଆ ପଞ୍ଚାୟତ ରେ ଥିବା ସରକାରୀ ବିଦ୍ୟାଳୟ ରେ ଦେଖିବାକୁ ମିଳିଛି ଅଜବ ଧରଣର ଶିକ୍ଷାଦାନ, ଯେଉଁଠି ବିଦ୍ୟାଳୟକୁ କୁଆଡେ ପାଳି କରି ଆସୁଛନ୍ତି ଶିକ୍ଷକ। ଆଉ ମାଧ୍ୟାନ୍ନ ଭୋଜନ ପରେକୁଆଡେ ବିଦ୍ୟାଳୟ ଛୁଟି ହେଇଯାଉଛି l ସରକାରଙ୍କ ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ ନାରା ପ୍ରହସନ ପାଲଟିଛି l ରେ ଓଡିଶା ପ୍ରାଥମିକ ଶିକ୍ଷା କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁସୂଚିତ ଜାତି,ଅନୁସୂଚିତ ଜନଜାତି ତଥା ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆ ବର୍ଗର ଶିକ୍ଷାର ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ।ହେଲେ ଏହାକୁ ଅବମାନନା କରିବା ସହିତ ଶିକ୍ଷାର ବିକାଶ ନାଁରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗୁମୁକିଆ ପଞ୍ଚାୟତରେ ଥିବା ମରେଞ୍ଜ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯାହାକି ପାଳି କରି ଆସୁଛନ୍ତି ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ l ଏହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତମୋଟ ୩୫ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବା ବେଳେ ଦୁଇଜଣ ଶିକ୍ଷକ ବିଦ୍ୟାଳୟରେ ନିଯୁକ୍ତି ହୋଇଛନ୍ତି ହେଲେ ସୋମବାର ଦିନ ସମୟ ୩ଟା ବେଳେ କୁଆଡେ ପିଲା ସ୍କୁଲ ଆଗରେ ଖେଳୁଥିଲେ ଆଉ କୌଣସି ଶିକ୍ଷକ ଉପସ୍ଥିତ ନଥିଲେଏ ନେଇ ସ୍କୁଲ ସଭାପତିଙ୍କୁ ପଚାରିବାରି ସେ କହିଥିଲେ ପ୍ରଧାନ ଶିକ୍ଷକ ମିଥିରାମ ପ୍ରଧାନ ଅଫିସ କାମରେ ଦାରିଙ୍ଗବାଡି ଯାଇଥିବା ବେଳେ ସହକାରୀ ଶିକ୍ଷକ ମଧ୍ୟାହ୍ଣ ଭୋଜନ ପିଲାଙ୍କୁ ଖାଇବାକୁଦେଇ ଚାଲି ଯାଇଛନ୍ତି । କେତେବେଳେ ସାର ମାନେ ଦିନ ୧୧ ବେଳେ ପହଞ୍ଚୁଛନ୍ତି ଆଉ ଦିନ ୨ଟା ବେଳକୁ ଛୁଟି କରିଦେଉଛନ୍ତି ।ଏଭଳି ଭାବରେ ଚ ମରେଞ୍ଜ ସରକାରୀ ପ୍ରାଥମିକ ବିଦ୍ୟାଳୟ ଚାଲିଥିବା ଅଭିଯୋଗ ହେଉଛି l ଏହି ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପାଠ ପଢୁ ଥିବା ଛାତ୍ର ଛାତ୍ରୀଙ୍କୁ ପଚାରିଲେ କହିପାରୁନାହଁନ୍ତି ନିଜ ଶିକ୍ଷକଙ୍କ ନାମ ତେବେ ଏଥିରୁ ଅନୁମାନକରାଯାଉଛି ଦୁର୍ଗମ ଅଞ୍ଚଳରେ କିଭଳି ଚାଲିଛି ଶିକ୍ଷାଦାନ ଏନେଇ ଦାରିଙ୍ଗବାଡି ବିଇଓ ରସାନନ୍ଦ କର ଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରାଯିବ ଯଦି ମଧ୍ୟାହ୍ନ ଭୋଜନ ପରେ ସ୍କୁଲ ଛୁଟି ହୋଇଥାଏ ତେବେ ସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାଯ୍ୟନୁଷ୍ଟାନ ଗ୍ରହଣ କରାଯିବ l ତେବେ କିଭଳି ଅନୁସୂଚିତ ଜନଜାତିର ଛାତ୍ର ଛାତ୍ରୀ ମାନେ ଗୁଣାତ୍ମକ।ଶିକ୍ଷାରୁ ବଞ୍ଚିତ ନହେବେ ସେଥିପ୍ରତି ପ୍ରଶାସନ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.