mobile header

ବିଜୁ ସେତୁ ଭୁସୁଡି ଶ୍ରମିକଙ୍କ ମୃତ୍ୟୁ ଘଟଣା : ରାଜ୍ୟକୁ ଦାୟୀ କଲେ ଏନଏଚଆରସି, 5 ଲକ୍ଷ ଟଙ୍କା କ୍ଷତିପୂରଣ କାହିଁକି ଦିଆନଯିବ ବୋଲି ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍

2021ରେ ନବରଙ୍ଗପୂର ଉମରକୋଟରେ ନିର୍ମାଣାଧିନ ବିଜୁ ସେତୁ ଭୁସୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜନ ଆହତ ହେବା ଘଟଣାରେ ଜାତୀୟ ମାନବିକ ଅଧିକାର କମିଶନ ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଆ ନୋଟିସ୍ ଜାରି କରିଛନ୍ତି । ଏହି ଘଟଣାରେ ରାଜ୍ୟ ଦାୟୀ ହୋଇଥିବାରୁ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଓ ଆହତମାନଙ୍କୁ ଲକ୍ଷେ ଟଙ୍କା କ୍ଷତିପୂରଣ କାହିଁକି ଦିଆନଯିବ ବୋଲି ତାର ଉତ୍ତର ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ଦ୍ୱାରା ଏହି ମାମଲା ରୁଜୁ ହୋଇଥିଲା । ପୂର୍ବରୁ ମଧ୍ୟ ଜିଲ୍ଲାପାଳଙ୍କୁ ନୋଟିସ ଜାରି ହୋଇଥିଲା । ନିମ୍ନମାନର କାମ ଓ ଶ୍ରମିକମାନଙ୍କ ପାଇଁ ନିରାପତ୍ତା ବ୍ୟବସ୍ଥା ନିଥିବାରୁ ଏଭଳି ଘଟିଥିବା ଅଖଣ୍ଡ ଅଭିଯୋଗ କରିଥିଲେ । ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟରୁ ଜଣାପଡିଛି ଯେ ଅବହେଳା ସ୍ୱିକାର କରାଯାଇଛି। ଏହି ରିପୋର୍ଟ ପରେ ଏନଏଚଆରସି ଏଭଳି କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ସେହିପରି ମୃତକଙ୍କ ପରିବାରର ଥଇଥାନ ଲାଗି ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ପଦକ୍ଷେପ ନେବାକୁ ମଧ୍ୟ କମିଶନ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ।

Leave A Reply

Your email address will not be published.