ପ୍ରେସ କ୍ଲବ ପକ୍ଷରୁ ବରୀଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁଙ୍କ ଅନ୍ୟାୟ ଗିରଫଦାରୀର ପ୍ରତିବାଦ,ସ୍ମାରକ ପତ୍ର ପ୍ରଦାନ


ଫୁଲ ବାଣୀ-୦୧/୦୭ (ସୁନୀଲ ପଟନାୟକ)
ରାଜ୍ୟର ଜଣାଶୁଣା ବରୀଷ୍ଠ ସାମ୍ବାଦିକ ତଥା ବଡ଼ ଖବରର ମୁଖ୍ୟ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ କ୍ରାଇମବ୍ରାଞ୍ଚ ଇଓ ଡବ୍ଲୁ ଗିରଫକରିବା ର ତୀବ୍ର ପ୍ରତିବାଦ କରି ଶନିବାର ଜିଲ୍ଲା ପ୍ରେସକ୍ଲବପକ୍ଷରୁ ସମସ୍ତ ସଦସ୍ୟ କଳାବ୍ୟାଚ ପିନ୍ଧି ପ୍ରତିବାଦ କରାଯାଇଥିଲା ଓ ଫୁଲବାଣୀ ପ୍ରେସ କ୍ଳବ ସଭାପତି ସୁନୀଲ ପଟନାୟକଙ୍କ ନେତୃତ୍ବ ରେ
ପ୍ରେସ କ୍ଳବ କାର୍ଯ୍ୟକାରୀ ସଭାପତି ଅଶୋକ ପରୀଡ଼ା, ଉପ ସଭାପତି ସତ୍ୟ ନାରାୟଣ ବେହେରା, ସୁ ନିଲ ବିଶ୍ୱାଳ,ସହସଂପାଦକ ରମେଶ ପ୍ରଧାନ, ସନ୍ତୋଷ ଡିଗଲ, ପ୍ରଶାନ୍ତ ଜେନା, ଶିବରାମ ନାଏକ, ସୁଧୀର ମହାରଣା , କୁନା ଦିଗଲ, କନ୍ଧମାଳ ମିଡିଆଫରୋମ ସଂପାଦକ ସୂର୍ଯ୍ୟ ବେହେରା, ଆଦିତ୍ୟ ତ୍ରିପାଠି, ବଡ଼ ଖବର ପ୍ରତିନିଧି ବାପି ପଟ୍ଟନାୟକ,ରଂଜିତ ବେହେରା, ସୁଧୀର ମହାରଣା, ଶିବ ରାମ ନାୟକ, ରଞ୍ଜନ ଦାଶ,ବଦ୍ୟନାଥ ବେହେରା, ,ହୂରଞ୍ଜନ ସେଠି, ବ୍ରଜ ନାୟକ, ବ୍ରଜ ନନ୍ଦ, , କାହ୍ନl ପଟନାୟକ,ସଞ୍ଜୟ ପାତ୍ର, ସନ୍ତୋଷ ନାୟକ, ରାଧାମୋହନ ମହାପାତ୍ର, ଅଶୋକ ମହାନ୍ତି, ଶିବାନନ୍ଦ ପଟନାୟକ, ନିବେଦିତା ଖାଡ଼ଙ୍ଗା , ପ୍ରମୁଖ ଘଟଣାରତୀବ୍ର ନିନ୍ଦା କରିବା ସହ ତୁରନ୍ତ ତାଙ୍କୁ ଛାଡିଦେବା ଲାଗି ଦାବୀ କରିଥିଲେ । ସେହିପରି ରାଜ୍ୟପାଳ ଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ଙ୍କୁ ପ୍ରଦାନ କରାଯାଇଥିଲା l

ସେହିପରି ଫୁଲବାଣୀ ପୌରାଧ୍ଯକ୍ଷା ପ୍ରକାଶିତ ଦୈନିକ ଭାସ୍କର ଖବରକାଗଜ ରେ ପ୍ରକାଶିତ ଏକ ଖବର ରେ ପ୍ରତିକ୍ରିୟା ପ୍ରକାଶ କରି ଟାଉନ ଥାନାରେ ଏତେଲା ଦେବା ଘଟଣାକୁ ମଧ୍ୟ ସଦସ୍ୟ ମାନେ ନିନ୍ଦା କରିଵା ସହ ଶନିବାର ଟାଉନ ଥାନା ଅଧିକାରୀ ସୁଶାନ୍ତ ସେଠି ଙ୍କ ସହ ଆଲୋଚନାକରି ନିରପେକ୍ଷ ଅବଲମ୍ବନ କରିବାକୁ ଦାବୀ କରାଯାଇଥିଲା lଥାନାଧିକାରୀ ସେଠି ସବୁ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ l

Leave A Reply

Your email address will not be published.