ସାମ୍ବାଦିକ ମିଳିତ ମଞ୍ଚର ଜରୁରୀ ବୈଠକସାମ୍ବାଦିକଙ୍କ ନାମରେ ସାମ୍ବାଦିକମାନେ ଦେଲେ ଏତଲା

ମାଲକାନଗିରି,୬/୭: ମାଲକାନଗିରି ଜିଲ୍ଲାର ସାମ୍ବାଦିକ ମିଳିତ ମଞ୍ଚର ଆଜି ଏକ ଜରୁରୀ ବୈଠକ ସ୍ଥାନୀୟ ଏମୟୁଜେ ଭବନରେ ଅନୁଷ୍ଠିତ ହୋଇଯାଇଛି।ଜଣେ ସାମ୍ବାଦିକ ସାମ୍ବାଦିକତାକୁ କଳଙ୍କିତ କରୁଥିବା ସହ ସାମ୍ବାଦିକମାନଙ୍କୁ ବାରମ୍ବାର ଭର୍ତ୍ସନା କରିବା ଏବଂ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବାରୁ ତାଂକ ବିରୋଧରେ ବୈଠକେର ଉଦବେଗ ପ୍ରକାଶ ପାଇବା ସହ ଥାନାରେ ଏତଲା ଦାୟର କରାଯାଇଛି।ଏଥିସହ ଏହି ମଞ୍ଚ ଜିଲ୍ଲାପାଳ ଏବଂ ଏସପିଙ୍କୁ ଭେଟି ମଧ୍ୟ ତାଂକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।ବିଭିନ୍ନ ଵାଟସଅପ୍ ଗ୍ରୁପରେ ରାତିରେ ସାମ୍ବାଦିକମାନଙ୍କ ସହ ପ୍ରଶାସନ ଅଧିକାରୀ ପୁଲିସ ବିରୋଧରେ ବିଭିନ୍ନ ଆକ୍ଷେପ କରି ଲେଖିବା ଏବଂ ଗାଳିଗୁଲଜ କରିବା ଭଳି ମନ୍ତବ୍ୟ ଦେଉଥିବାରୁ ତୁରନ୍ତ ସବୁ ଗ୍ରୁପରୁ ତାଂକୁ ହଟାଇବାକୁ ଦାବି କରାଯାଇଥିଲା।ଏକ ଘରୋଇ ଵେବ ଚ୍ୟାନେଲରେ ରହି ଜୟନ୍ତ ତିଆଡି ନାମକ ସାମ୍ବାଦିକ ରାତିରେ ଗ୍ରୁପମାନଙ୍କରେ ବିଭିନ୍ନ ଧର୍ମର ଲୋକଙ୍କୁ ଆକ୍ଷେପ କରିବା,ବଙ୍ଗୀୟ ସମାଜ ବିରୋଧରେ ବିଭିନ୍ନ ଘୃଣ୍ୟ କଥା ପୋଷ୍ଟ କରି ଥାନାକୁ ଯାଇଥିଲେ।ଆପୋଷ ବୁଝାମଣା କରି ତାକୁ ବାରମ୍ବାର ଲୋକେ ଥାନାରୁ ମୁକୁଳାଉଥିଲେ।ଜିଲ୍ଲାର ଯେତେ ସାମ୍ବାଦିକ ରହିଛନ୍ତି ସମସ୍ତଙ୍କ ନାମରେ ସେ ତାଂକର ପରିବାର ଏବଂ ସଦସ୍ୟମାନଙ୍କ ନାମରେ ଆକ୍ଷେପ କରି ବିଭିନ୍ନ ଅସଭ୍ୟ ଭାଷାରେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି।ତାଂକ ନାମରେ ଆଜି ଜିଲ୍ଲାର ତିନି ଜଣ ବରିଷ୍ଠ ସାମ୍ବାଦିକ ଥାନାରେ ଏତଲା ଦାୟର କରିଛନ୍ତି।ଏହା ପୂର୍ବରୁ ତାଂକ ନାମରେ ଅନେକ କେଶ ରହିଛି।ଯାହାକି ବିଚାରଧୀନ ରହିଛି।ଏହି ବୈଠକରେ ଜିଲ୍ଲାର ସମସ୍ତ ସଂଘର ଶତାଧିକ ସାମ୍ବାଦିକ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.