mobile header

ଗିରଫ ମହିଳା ଙ୍କ ଖଲାସ ଦାବିରେ ଥାନା ଘେରାଉ

ଫୁଲବାଣୀ -07/07
ସାରଙ୍ଗଡ଼ ପୋଲିସ କିଛି ମହିଳାଙ୍କୁ ବଡି ଭୋର ରୂ କୁଆଡେ ଗିରଫ କରିଥିବା ପ୍ରତିବାଦ ରେ ଶତାଧିକଉତ୍ୟକ୍ତ ଗ୍ରାମବାସି ସାରଙ୍ଗଗଡ଼ ଥାନା ଘେରାଉ କରିବା ସହ ରାସ୍ତା ଅବରୋଧ କରିଥିଲେ lସୂଚନାଯୋଗ୍ୟ ଯେ ବନେଗାଁ ର କିଛି ଗରିବ ଆଦିବାସୀ ମହିଳା ସବୁଦିନ ପାରି ଭୋର ରୂ ମୁଣ୍ଡରେ ଜାଳେଣି କାଠ ବୋଝ ଧରି ସାରଙ୍ଗଡ଼ ବଜାର କୁ ବିକ୍ରୀକରିବାକୁ ଆସିଥିବାବେଳେ ସେମାନଙ୍କମଧ୍ୟରୁ କିଛି ମହିଳା ଙ୍କୁ ପୋଲିସ ଗିରଫ କରିଥିଲା l ବିନା ଦୋଷ ରେ ପୋଲିସ ମହିଳାମାନଙ୍କୁ ଗିରଫ କରିବା ପ୍ରତିବାଦ ରେଗ୍ରାମର ଶତାଧିକ ପୁରୁଷ ଓ ମହିଳା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ lଫଳରେ ବାଲିଗୁଡ଼ା, ରାୟଗଡା, କଳାହାଣ୍ଡି କୁ ଗାଡି ଚଳାଚଳ ବନ୍ଦ ରହିଥିଲା lଫଳରେ ରାସ୍ତାରେ ବହୁ ଗାଡି ଅଟକି ରହିଥିଲା l
ଖବରପାଇ କ. ନୂଆଗାଁ ତହସିଲଦାର ଘଟଣା ସ୍ଥଳ ରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେl ଫଳରେ ରାସ୍ତା ଅବରୋଧ ହଟିଥିଲା l

Leave A Reply

Your email address will not be published.