କୋଟଗଡ ରେ କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ ଜନ ବାର୍ଲା


ଫୁଲବାଣୀ -08/08
ଶୁକ୍ରବାର କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ର ମନ୍ତ୍ରୀ ଜନ ବାର୍ଲା ତିନି ଦିନିଆ କନ୍ଧମାଳ ଗସ୍ତ ରେ ଆସି କୋଟଗଡ ରେ ପହଂଚିଥିଲେ, ସେଠାରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଥାନୀୟ ବିଜେପି କର୍ମୀମାନେ ସ୍ୱାଗତ ସମ୍ବର୍ଧନା ଜଣାଇ ଥିଲେ l ଅନ୍ୟ ମାନଙ୍କ ମଧରେ ପୂର୍ବତନ ସାଂସଦ ତଥା ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ,ଜିଲା ସଭାପତି ଜଗନ୍ନାଥ ସାହୁ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିରଞ୍ଜନ ମିଶ୍ର ପ୍ରମୁଖ ବୈଠକ ରେ ଯୋଗଦେଇ ବୈଠକର ଉଦେଶ୍ୟ ଓ କେନ୍ଦ୍ର ସରକାର ଙ୍କ ର ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମକୁ ରାଜ୍ୟ ସରକାର କିଭଳି ବାଟମାରଣା କରି ରାଜ୍ୟ ରେ ସଂଖ୍ୟାଲଘୁ ଙ୍କୁ ଭୁଆଁବୁଲାଉଛନ୍ତି ଓ ରାଜ୍ୟ ରେ ଭ୍ରଷ୍ଟାଚାର କିପରି ଚରମ ସୀମାରେ ପହଁଞ୍ଚିଲାଣି ସେ ସମ୍ପର୍କ ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଫେରିବାବେଳେ କୋଟଗଡ ଅନୁସୂଚିତ ଜନଜାତି ଉଚ୍ଚ ବିଦ୍ୟାଳୟକୁ ବୁଲି ଦେଖିବା ସହ ସମସ୍ୟଲସମ୍ପର୍କରେ ପଚାରି ବୁଝି ଥିଲେ |
ମଣ୍ଡଳ ସଭାପତି ପ୍ରକାଶ ରାଓ ସୁବୁଦ୍ଧି ଙ୍କ ନେତୃତ୍ୱ ରେ ସାଧାରଣ ସମ୍ପାଦକ ପ୍ରତାପ ନାୟକ,ଜିଲ୍ଲା ଯୁବମୋର୍ଚା ସାଧାରଣ ସମ୍ପାଦକ ଜଗା ନାୟକ ଓ ଯୁବମୋର୍ଚା ଆଇ ଟି. ସେଲ ସମ୍ପାଦକ ମାଧବ ଦାଶ ବୈଠକ ପରିଚାଳନା କରିଥିଲେ |କେନ୍ଦ୍ର ମନ୍ତ୍ରୀ ଙ୍କ ଗସ୍ତ କୁ ନେଇ କୋଟଗଡ଼ ରେ କଡା ସୁରକ୍ଷା ବ୍ୟବସ୍ଥl ଗ୍ରହଣ କରାଯାଇଥିଲା l

Leave A Reply

Your email address will not be published.