mobile header

ରକ୍ଷଣା ବେକ୍ଷଣ ନାହିଁ କୋଟଗଡ ୱ୲ଇଲଡ଼ ଲାଇଫ ସାଙ୍କଚୁରୀ ରେ ବନ୍ୟଜନ୍ତୁ ଦିଶୁନାହାନ୍ତି


ଫୁଲବାଣୀ-୦୮/୦୮
କନ୍ଧମାଳ ଜିଲ୍ଲାରେ ଗୋଟିଏ ମାତ୍ର
ୱ୲ଇଲଡ଼ ଲାଇଫ ସାଙ୍କଚୁରୀ ରହିଛି । ସେ ପୁଣି ବାଲିଗୁଡ଼ା ବନ ବିଭାଗ ଡିଭିଜନ ଅଧିନରେ ।
ବାଲିଗୁଡ଼ା ବନ ବିଭାଗ ଡିଭିଜନର ତୁମୁଡିବନ୍ଧ ଓ କୋଟଗଡ଼ ବନାଞ୍ଚଳ ମଧ୍ୟରେ ୩ହଜାର ୯୯୭ ବର୍ଗ କିମି ବିଶିଷ୍ଟ ୱ।ଇଲଡ ଲାଇଫ ସାଙ୍କଚୁରୀ ରହିଛି । କୋଟଗଡ଼
ୱ ୲ଇଲଡ଼ଲାଇଫସାଙ୍କଚୁରୀ କୁହାଯାଉଛି।
ଗତ ୨୦ ବର୍ଷ ହେଲା ଏହି ଜଙ୍ଗଲ ଅଞ୍ଚଳକୁ ସାଙ୍କଚୁରୀ ଘୋଷଣା କରାଯାଇଛି । ସେତେବେଳେ ଏ ସବୁ ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ବାଘ ହାତୀ, ଭାଲୁ”ହରିଣ, ସମ୍ବର,ଜିଆଦ, ବାରହା କୁ ଟୁରା ସମେତ ବହୁ ପଶୁ ଯନ୍ତୁ ଥିଲେ। ହେଲେ ସାଙ୍କ ଚୁରୀ ଭିତରେ
ଜନବସତି ଗାଁରହିବାମନାଥିରେ ମଧ୍ୟ ରହିଆସୁଛନ୍ତି ବହୁ ଆଦିବାସୀ ,କୁଟିଆ ଓ ଦେଶିଆ କନ୍ଧ । କାଳକ୍ରମେ ଶୀକାରୀଙ୍କ ଅବାଧ ଶୀକାର ଯୋଗୁ ବନ୍ୟପ୍ରାଣୀ ଙ୍କସଂଖ୍ୟା କମିବାରେ ଲାଗିଛି। ବହୁତ କମ ସଂଖ୍ୟକ କଲରାପତରିଆ , ଚିତାବାଘ , ଜଙ୍ଗଲୀ ଭାଲୁ , ରହିଥିବାବେଳେ ହୀତୀ ଯା ଆସ ମଧ୍ୟ କରିଥାନ୍ତି । ସାଞ୍ଚୁରୀ ମଧ୍ୟରେ ସୁନ୍ଦର ଜଳପ୍ରପାତ ଦୁଇଟି ରହିଛି ।
ଏହି ସ।ଙ୍କ ଚୁରୀ ର ବାଉଣ୍ଡରୀ ନାହିଁ ,ସଂପୂର୍ଣ୍ଣ ଖୋଲା। ସବୁଆଡୁ ରାସ୍ତା ରହିଛି । ଫଳରେ ୨୦୦୭/୦୮ ମସିହା ରୁ ନକ୍ସଲମାନେ କ୍ୟାମ୍ପ କରି ରହୁଛନ୍ତି।
ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଛି ଅନେକ ବାର । କିଛି ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ସାଧାରଣ ଲୋକଙ୍କ ମଧ୍ୟ ମୃତ୍ୟୁ ଘଟିଛି ଏହି ସାଞ୍ଚୁରୀ ଅଞ୍ଚଳରୋ ତୁମୁଡିବନ୍ଧ ଓ କୋଟଗଡ଼ ଅଞ୍ଚଳ ନକ୍ସଲ ଉପଦୃତ ଅଞ୍ଚଳ ଭାବେ ପରିଚିତ ।
ଫଳରେ ସରକାରୀ ବାବୁମାନଙ୍କ ପାଦ ପଡୁନି ଏହି ଅଞ୍ଚଳରେ । ଯାହାକିଛିଉନ୍ନୟନ୍ନ କାର୍ଯ୍ୟ ହେଉଛି ସିଂହଭାଗ ଅର୍ଥ ସ୍ୱାହା କରିଦେଉଛନ୍ତି ତଳିଆ କର୍ମଚାରୀମାନେ।
ତେବେ ଏହାର ପ୍ରଚାର ପ୍ରସାର ହେବା ସହ ଉନ୍ନତିକରଣ ହେଲେ ଆଗକୁ ଏହା ଏକ ଜାତୀୟ ଉଦ୍ୟାନର ମାନ୍ୟତା ମଧ୍ୟ ମିଳିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

Leave A Reply

Your email address will not be published.