mobile header

ବାହାନଡା ଲ୍ୟାମ୍ପସ ସଭାପତି ନିର୍ବାଚନ !

ବିଜେଡ଼ି ବ୍ଲକ ସଭାପତିଙ୍କୁ ହରାଇ , ବିଜେପିର ବାଜିମାତ

ଖୁଣ୍ଟା –
ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ଅଧିନରେ ଥିବା ୩ ଗୋଟି ଲ୍ୟାମ୍ପସ ମଧ୍ୟରୁ ଆଜି କୁ ମିଶାଇ ୨ ଗୋଟି ର ଲ୍ୟାମ୍ପସ ସଭାପତି ପଦବୀ ନିମନ୍ତେ ନିର୍ବାଚନ ଶେଷହୋଇ ଯାଇଛି । କ୍ରମାଗତ ଭାବେ ଏହି ନିର୍ବାଚନରେ ବିଜେପି ଦଳ ତାର ବିଜୟୀ ଧାରା ବଜାଇ ରଖିଛି । ଏବଂ ଶାସକ ବିଜେଡ଼ି ଦଳକୁ ବିଫଳତା ର ସମ୍ମୁଖିନ ହେବାକୁ ପଡ଼ିଛି ।ଉକ୍ତ ବ୍ଳକ ଅଧିନରେ ଥିବା ବାହାନଡ଼ା ଲ୍ୟାମ୍ପସର ସଭାପତି ପଦ ପାଇଁ ଶୁକ୍ରବାର ନିର୍ବାଚନ ହୋଇଥିବା ବେଳେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ତଥା ଖୁଣ୍ଟା ବ୍ଳକ ବିଜୁ ଜନତା ଦଳର ବ୍ଳକ ସଭାପତି ଶିଦ୍ଧନାଥ ସରେନଙ୍କୁ ପରାସ୍ତା ହେବାକୁ ପଡିଛି ବିଜେପି ଦଳର ସମର୍ଥିତ ପ୍ରାର୍ଥି ସମରାୟ ଟୁଡୁଙ୍କ ନିକଟରୁ । ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ଦଳ ସଫଳତା ହାସଲ କରିଥିଲେ ମଧ୍ୟ ବାସିପିଠା ଏବଂ ବାହାନଡା ସମବାୟ ନିର୍ବାଚନରେ ଶାସକ ବିଜେଡ଼ି ଦଳର ସମର୍ଥିତ ପ୍ରାର୍ଥଙ୍କ ର ଶୋଚନୀୟ ପରାଜୟ ଏବେ ବିରୋଧି ବିଜେପି ଦଳକୁ କରାମିନ ସହୃଶ୍ୟ ହୋଇଛି। ଯାହାକୁ ନେଇ କର୍ମୀ ମାନଙ୍କମଧ୍ୟରେ ଉତ୍ସାହ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି ।
ମିଳିଥିବା ସୁଚନା ଅନୁଯାଇ ବାହାନଡ଼ା ଲ୍ୟାମ୍ପସ ରେ ମୋଟ ୧୫ ଜଣ ଡାଇରେକ୍ଟର ମତଦାନ ସାବ୍ୟସ୍ତ କରିବାକୁ ଥିଲେ । ଏବଂ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଭାବେ ବିଜେଡ଼ି ଦଳର ବ୍ଳକସଭାପତି ତଥା ପୂର୍ବତନ ଉପାଧ୍ଯକ୍ଷ ଶିଦ୍ଧନାଥ ସରେନ ଏବଂ ବିଜେପି ଦଳ ପକ୍ଷରୁ ସମରାୟ ଟୁଡୁ ନିର୍ବାଚନ ମୌଦାନ କୁ ଉହ୍ଲାଇ ଥିଲେ । ତେବେ ଉକ୍ତ ସନ୍ମାନଜନକ ପଦଟି ହାତେଇବା ପାଇଁ ଉଭୟ ଦଳର ତୁଙ୍ଗ ନେତୃଗଣ ଗୋଟି ଚାଲାଣା କରିଥିଲେ । ମାତ୍ର ଶାସକ ବିଜେଡ଼ି ଦଳର ବରିଷ୍ଟ ନେତୃଗଣଙ୍କ ଗୋଟି ଚାଳନା ଫେଲ ମାରିଥିବା ଆଲୋଚନା ଯୋର ଧରିଛି। ତେବେ ବିଜେପି ସମର୍ଥିତ ପ୍ରାର୍ଥୀ ସମରାୟଙ୍କୁ ୧୦ ଗୋଟି ଭୋଟ ମିଳିଥିବା ବେଳେ ଶିଦ୍ଧନାଥଙ୍କ ସପକ୍ଷରେ ୫ଟି ଭୋଟ ମିଳିଥିବା ଜଣାଯାଇଛି । ଏବଂ ବିଜେପି ଦଳର ଏହି ସନ୍ମାନଜନକ ଲ୍ୟାମ୍ପସ ସଭାପତି ପଦଟିକୁ ଅକ୍ତିଆର କରିବାରେ ସଫଳ ହୋଇଛି । ଯାହାକୁ ନେଇ ନବନିର୍ବାଚିତ ସଭାପତି ସମରାୟଙ୍କୁ ବିଜେପି ଦଳ ସମେତ ବିଭିନ୍ନ ମହୋଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.