mobile header

ସୋଆର ପ୍ରତିଷ୍ଠାତା ସଭାପତିଙ୍କ ସହ ମରକ୍କୋ ରାଷ୍ଟ୍ରଦୂତଙ୍କ ସୌଜନ୍ୟମୂଳକ ଆଲୋଚନା


ଭୁବନେଶ୍ୱର, ୮/୦୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର
ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଭାରତରେ ଅବସ୍ଥାପିତ ମରକ୍କୋର ରାଷ୍ଟ୍ରଦୂତ ଶ୍ରୀ
ମହମ୍ମଦ ମଲିକି । ଅଧିନା ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ମଲିକି ସୋଆ ପରିଦର୍ଶନରେ ଆସି ପ୍ରଫେସର
ନାୟକଙ୍କୁ ସାକ୍ଷାତ କରିବା ସମୟରେ ବିଶ୍ୱବିଦ୍ୟାଳୟ ତଥା ଦୁଇ ଦେଶ ସମ୍ପର୍କରେ ଆଲୋଚନା କରିଥିଲେ ।
ଶ୍ରୀ ମଲିକି ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା ମଧ୍ୟ କରିଥିଲେ । ନିଜ
ଦେଶ ମରକ୍କୋ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରି ମରକ୍କୋରେ ୭୨ ପ୍ରତିଶତ ସାର ଉତ୍ପାଦନ ହେଉଥିବା
ବେଳେ ଔଷଧ ପ୍ରସ୍ତୁତି ଏବଂ ପର୍ଯ୍ୟଟନ ଶିଳ୍ପରେ ମଧ୍ୟ ତାଙ୍କ ଦେଶ ଖୁବ୍ ଆଗରେ ବୋଲି ସେ କହିଥିଲେ ।
ସୋଆର ଭିତିଭୂମି ଏବଂ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ନେଇ ସେ ଖୁବ୍ ଉତ୍ସାହିତହୋଇଛନ୍ତି ବୋଲି
କହି ସେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୋଆର ଅବଦାନକୁ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ତାଙ୍କ ଦେଶର
ଛାତ୍ରଛାତ୍ରୀମାନେ କିଭଳି ସୋଆରେ ଶିକ୍ଷା ଗ୍ରହଣ କରିପାରିବେ ତଥା ମରକ୍କୋ ଓ ସୋଆ ମଧ୍ୟରେ ସମ୍ପର୍କ ସୁଦୃଢ଼
ହୋଇପାରିବ ସେ ବିଷୟରେ ସେ ଚେଷ୍ଟା କରିବେ ବୋଲି କହିଥିଲେ ।
ଶ୍ରୀ ମଲିକିଙ୍କ ସହ ଆଲୋଚନା ସମୟରେ ସୋଆର ଉପକୂଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି
ଭୂଷଣ ପ୍ରଧାନ, କଂଟ୍ରୋଲର ଅଫ ଏକ୍‌ଜାମିନେସନ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର
ଜ୍ୟୋତି ରଞ୍ଜନ ଦାସ, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ଏବଂ ସୋଆର ସମସ୍ତ
ଶିକ୍ଷାନୁଷ୍ଠାନର ଡିନ୍ ମାନେ ଉପସ୍ଥିତ ଥିଲେ । ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମ୍ ଡାଇରେକ୍ଟର ପ୍ରଫେସର
ନଚିକେତା ଶର୍ମା ସୋଆ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିବା ବେଳେ ପ୍ରଫେସର ଜ୍ୟୋତିରଞ୍ଜନ ଦାସ
ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.