ସ୍କୁଲରେ ପଢାଯିବ କୋଭିଡ ପାଠ

ସ୍କୁଲମାନଙ୍କରେ ଜଳବାୟୁ ପରିବର୍ତ୍ତନ ଓ କୋଭିଡ ପରିଚାଳନା ପାଠ ପଢାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ୨୦୨୨-୨୩ ଶିକ୍ଷାବର୍ଷରୁ ଏହି ପାଠ୍ୟକ୍ରମ ଆରମ୍ଭ କରାଯିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେହିପରି ଏଥର ମାଟ୍ରିକ ପାଇଁ ୧୦୦ ପ୍ରତିଶତ ସିଲାବସରେ ପଢାଯିବ ସହ ପରୀକ୍ଷାର୍ଥୀ ୧୦୦ମାର୍କ ଉପରେ ପରୀକ୍ଷା ଦେବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ସେହିପରି ସମ୍ମେଟିଭ-୧ ଓ ସମ୍ମେଟିଭ-୨ ଅନୁସାରେ ପରୀକ୍ଷା କରାଯିବ ।

ଦଶମ ଶ୍ରେଣୀର ପିଲାମାନଙ୍କ ପାଇଁ କୋଭିଡ ପାଠ୍ୟକ୍ରମର ବ୍ୟବସ୍ଥା କରାଯାଇଛି । କୋଭିଡର ଭୟାବହତାକୁ ଦୃଷ୍ଟିରେ ରଖି ପିଲାମାନଙ୍କୁ ପ୍ରସ୍ତୁତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ସେହିପରି ଜଳବାୟୁ ପରିବର୍ତ୍ତନ ହେଉଥିବାରୁ ଏହି ପାଠ୍ୟକ୍ରମକୁ ସାମିଲ କରାଯାଇଛି ।

Leave A Reply

Your email address will not be published.