
ଫୁଲବାଣୀ 10/07
କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ଯୋହନ ବାରଲା ଙ୍କୁ ରବିବାର ସକାଳେ ଫୁଲବାଣୀ ପୋୖରାଧ୍ୟାକ୍ଷାଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ସ୍ଥାନୀୟ ସର୍କିଟ ହାଉସଠାରେ ସୌଜନ୍ୟ ମୂଳକ ସାକ୍ଷାତ କରିବାସହ ପୌରାଞ୍ଚଳ ରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ l
କେନ୍ଦ୍ରସରକାର ଙ୍କ ଯୋଜନା ର ସୁଫଳ ଯେପରି ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ପହଂଚିବ ସେଥିପ୍ରତି ଦ୍ରୁଷ୍ଟି ଦେବାଲାଗି ପରାମର୍ଶ ଦେଇଥିଲେ lଅନ୍ୟ ମାନଙ୍କ ମଧ୍ୟରେ ଜିଲା ବିଜେପି ସଭାପତି ଜଗନାଥ ସାହୁ, ଉପସଭାପତି ରମେଶ ମହାନ୍ତି, ନଗର ବିଜେପି ସଭାପତି ସୁଶାନ୍ତ ମହାନ୍ତି ଙ୍କ ସମେତ ବହୁ ବିଜେପି ନେତା ସର୍କିଟ ହାଉସରେ ପହଂଚି କେନ୍ଦ୍ରମନ୍ତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଧନା ଜଣାଇଥିଲେ l ପରେ ବିଜେପି କର୍ମକର୍ତା ଙ୍କ ସହ ମଧ୍ୟ ସଂଗଠନ ସମ୍ପର୍କରେ ଆଲୋଚନା କରିବା ସହ ସଂଗଠନ କୁ ସୁଦୃଢ କରିବାକୁ ନେତା ଓ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ l