mobile header

କେନ୍ଦ୍ରମନ୍ତ୍ରୀ ଙ୍କ ରାଇକିଆ, ଚକାପାଦ ଗସ୍ତ, ଉନୟନ ମୂଳକ କାର୍ଯ୍ୟ ର ସମୀକ୍ଷା


ଫୁଲବାଣୀ -10/07
କେନ୍ଦ୍ର ସଂଖ୍ୟା ଲଘୁ ସମ୍ପ୍ରଦାୟ ମନ୍ତ୍ରୀ ଜହନ ବାରଲା ଆଜିରାଇକିଆ, ଚକାପାଦ ଆଦି ଗସ୍ତରେ
ଯାଇ ପ୍ରବଳ ବର୍ଷା ସତ୍ୱେ ଅଂଚଳରେ ଚାଲିଥିବା କେନ୍ଦ୍ର ସରକାର ଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ବୁଲିଦେଖିବାସହସଂଖ୍ୟା ଲଘୁ ସମ୍ପ୍ରଦାୟ ର ପ୍ରତିନିଧି ମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ lବିକାଶ ମୂଳକ କାର୍ଯ୍ୟଯେପରି ଅଧିକ ତ୍ୱରାନ୍ୱିତ ହୋଇପାରିବ ସେଥିପ୍ରତି ଦୃଷ୍ଟିଦେବାଲାଗି କେନ୍ଦ୍ରମନ୍ତ୍ରୀ ଯୋହନ ବାରଲା ପରାମର୍ଶ ଦେଇଥିଲେ l
ପରେ ବିଜେପି ଦଳୀୟ କର୍ମୀ ଓ ନେତାଙ୍କ ସହ ସାଙ୍ଗଠନିକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ l
ମନ୍ତ୍ରୀ ଙ୍କ ଗସ୍ତ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା ବିଜେପିଉପସଭାପତି ସଭାପତି ଜଗନାଥ ସାହୁ,ଉପସଭାପତି ରମେଶ ମହାନ୍ତି, ଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତାଓ କର୍ମୀ ଉପସ୍ଥିତ ଥିଲେ l ମନ୍ତ୍ରୀ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା ମଧ୍ୟ କରିଥିଲେ l

Leave A Reply

Your email address will not be published.