ରାଇକିଆ ବନ ବିଭାଗ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ ଓ ସଚେତନତା

ଫୁଲବାଣୀ 11/7
କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ରାଇକିଆ ବନ ବିଭାଗ ରେଞ୍ଜ ପକ୍ଷରୁ ବିଭିନ୍ନ ସ୍ଥାନ ରେ ବନମହୋତ୍ସବ ପାଳିତ ହୋଇଥିଲା lଏହି ଅବସରରେ ବିଭିନ୍ନ ସ୍ଥାନ ରେ ବ୍ୟାପକ ବୃକ୍ଷ ରୋପଣ କରାଯିଵା ସହ ସଚେତନ କରାଯାଉଛି l ରେଞ୍ଜ ଅଫିସର ମାଣିକେଶ୍ବରୀ ପଟନାୟକ ଙ୍କ ତତ୍ୱାବଧାନ ରେ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି l ରେଞ୍ଜ ଅଧିନସ୍ଥ ବେରେଡାକିଆ ଗ୍ରାମରେ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ମିଳିତ ନାଗରିକ ମଞ୍ଚ ସଭାପତି ପ୍ରଦୀପପ୍ରଧାନ ମୂଖ୍ୟ ଅତିଥୀ ଭାବେ ଯୋଗ ଦେଇ ଜଙ୍ଗଲ ସୁରକ୍ଷା କରିବା ସହ ଅଧିକ ରୂ ଅଧିକ ବୃକ୍ଷରୋପଣ କରିବାଲାଗି
ପରାମର୍ଶ ଦେଇଥିଲେ l ସେହିପରି
ଜଙ୍ଗଲ ରେ ନିଆଁ ନଲଗାଇବା ବନ୍ୟ ଜନ୍ତୁ ର ସୁରକ୍ଷା କରିବାନେଇ ସଚେତନ କରିଥିଲେ lଆଉ ପ୍ରତ୍ୟେକ ଲୋକ ନିଜ ଜୀବନ କାଳରେ କିଛିକିଛି ଗଛ ଲଗାଇଵା ସହ ତାକୁ ବଞ୍ଚାଇରଖିଲେ ଭବିଷ୍ୟ ପିଢ଼ି ପରିବେଶ ପ୍ରଦୂଷଣ ରୂ ରକ୍ଷା ପାଇବେ ବୋଲି ନାଗରିକ ମଞ୍ଚ ସଭାପତି ପ୍ରଧନ କହିଥିଲେ lଏହି କାର୍ଯ୍ୟକ୍ରମ ରେରେଞ୍ଜ ଅଫିସର ମାଣିକେଶ୍ବରୀ ପଟନାୟକ ଙ୍କ ସମେତ ଫରେଷ୍ଟ ଗାର୍ଡ ଅଜୀତଗଣ୍ଡ, ନାଏବ ସରପଞ୍ଚ ନି ଥା ଏ ଲ ନାୟକ, ନାଗରିକ ମଞ୍ଚ ଉପସଭାପତି ଡା. ସନ୍ତୋଷ ନାୟକ, ମଷେଶ ଦିଗଲ ଙ୍କ ସମେତ ପରିବେଶ ବିତ, ପଦସ୍ତ ଅଧିକାରୀ,ବୁଦ୍ଧିଜୀବି ଙ୍କ ସମେତ , ବନ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ l
ମହିଳା ରେଞ୍ଜ ଅଫିସର ଭାବେ ମାଣିକେଶ୍ବରୀ ପଟନାୟକ ଦାଇତ୍ୱ ଗ୍ରହଣ କରିବାର ମାସ କେଇଟା ମଧ୍ୟରେ ବ୍ୟାପକ ବୃକ୍ଷ ରୋପଣ କରିବା ସହ ଜଙ୍ଗଲ ସୁରକ୍ଷା ସମ୍ପର୍କିତ ସଚେତନ ସୃଷ୍ଟି କରିଛନ୍ତି l
ଜଙ୍ଗଲ ଯେପରି ନଷ୍ଟ ନ ହେବ, ଓ ବନ୍ୟଜନ୍ତୁ ଯେପରି ଅସୁରକ୍ଷିତ ନ ହେବେ ସେଥିପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି ରେଞ୍ଜର ମାଣିକେଶ୍ବରୀ ପଟନାୟକ l
ସେହିପରି ଅବାଧ ଶିକାର କୁ ମଧ୍ୟ ରୋକ ଲଗାଇବାରେ ସଫଳ
ହେଇଛନ୍ତି ସେ l

Leave A Reply

Your email address will not be published.