xmas

ସ୍କୁଲରେ ସାମ୍ବାଦିକପ୍ରବେଶ ନିଷେଧଘଟଣା ଗଣମାଧ୍ୟମରକଣ୍ଠ ରୋଧ ଉଦ୍ୟମକୁ ବରୀଷ୍ଠ ସାମ୍ବାଦିକଙ୍କ ନିନ୍ଦା


ଫୁଲବାଣୀ-୧୧/୭
ସାମ୍ବାଦିକମାନଙ୍କୁ ସ୍କୁଲ ହତା ଭିତରେ ପୁରାଇ ନ ଦେବା ଭଳି ଏକ ବ୍ରିଭ୍ରାନ୍ତି କର ଯୋଜନା ଗଣ ଶିକ୍ଷା ବିଭାଗ କରିଥିବାରୁ ଏହାକୁ ଦୃଢ ନିନ୍ଦା କରିଛନ୍ତି କନ୍ଧମାଳ ଜିଲା ରବରୀଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଡଃ ଅରୁପ ଜେନା ଓ ପ୍ରେସ କ୍ଲବ୍ ସଭାପତି ସୁନୀଲ ପଟନାୟକ ।
ଶନିବାର କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଏକ ବିଜ୍ଞପ୍ତି ପ୍ରକାଶ କରିବା ସହିତ ସେଥିରେ ସାମ୍ବାଦିକମାନଙ୍କୁ ସ୍କୁଲ ହତା ଭିତରେ ପ୍ରବେଶ କଲେ ଆଇନ ଅନୁଯାୟୀ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠି କରିଥିଲେ । ଚିଠିରେ ଉଲ୍ଲେଖ କରାଯାଇଥିଲା ଯେ ବିନା ଅନୁମତିରେ ସାମ୍ବାଦିକମାନେ ଯଦି ସ୍କୁଲରେ ପଶନ୍ତି ତେବେ ଥାନାରେ ଏତେଲା ଦିଆଯିବ।
ଏଣୁ ବ୍ଲକ୍ ଶିକ୍ଷାଧିକାରୀ ଅଧିକାରୀଙ୍କଏଭଳି ଆଚରଣକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଏଭଳି ଭୂଲ ପାଇଁ କ୍ଷମା ମାଗିବା ସହ ତୁରନ୍ତ୍ର ଚିଠି ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଏହାର ପ୍ରତିବାଦରେ ଆନ୍ଦୋଳନ କର। ଯିବ ବୋଲି ପ୍ରେସ କ୍ଳବ ସଭାପତି ସୁନୀଲ ପଟନାୟକ ଚେତାବନୀ ଦେଇଛନ୍ତି ।
ସେହିପରି ଗଣଶିକ୍ଷାମନ୍ତ୍ରୀ ମଧ୍ୟ ଶିକ୍ଷା ଅଧିକାରୀଙ୍କୁ ସମର୍ଥନ କରିଛନ୍ତି। ଆଉ କିଛି ୱେବ ପୋର୍ଟାଲସାମ୍ବାଦିକମନଇଛ। ସ୍କୁଲରେ ପ୍ରବେଶ କରି ଅଯଥା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରଶ୍ନ କରୁଛନ୍ତି ଫଳରେ ଶୈକ୍ଷିକ ବାଣବରଣ ନଷ୍ଟ ହେଉଛି ଏଣୁ ଶିକ୍ଷା ଅଧିକାରୀ ଏଭଳି ଚିଠି କରିଛନ୍ତି ବୋଲି କହିଛନ୍ତି । ଯାହାକି ହାସ୍ୟାସ୍ପଦ । ବିଭିନ୍ନ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଦୁର୍ନିତୀ , କସ୍ତୁରବା ଗାନ୍ଧୀ ବାଳିକା ହଷ୍ଟେଲ, ମଙ୍ଗଳ ବିଭାଗ ହଷ୍ଟେଲରେ ବ୍ୟାପକ ଅନିୟମିତତା, କେଳେଙ୍କାରୀ, ଅନୁବାନ ଅର୍ଥ ହଡପ, ହଷ୍ଟେଲ ଛାତ୍ରୀ ସନ୍ତାନ ପ୍ରସବ ଭଳି ସମ୍ବେଦନଶୀଳ ଘଟଣା ଘଟି ଚାଲିଥିବାରୁ କାଳେ ସାମ୍ବାଦିକମାନେ ପଶି ଏ ସବୁର ପର୍ବାଫାସ କରିଦେବେ ଆଉଶିକ୍ଷାବିଭାଗର ଗୁମର ଖୋଲି ଯିବ ଭାବି ଏ ସବୁ ଚତୁରତାର ସହ କରି ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ କରାଯାଉଥିବା ସଭାପତି ପଟନାୟକ କହିଛନ୍ତି । ଏହା ବିରୁଦ୍ଧରେ ରାଜ୍ୟ ଓ ଜିଲ୍ଲାରେ ଥିବା ସମସ୍ତ ସଂଘ , ପ୍ରେସ କ୍ଲବ ପକ୍ଷରୁପ୍ରତିବାଦ କରିବାପାଇଁ କନ୍ଧମାଳ ଜିଲ୍ଲା ସାମ୍ରାଦିକ ସଂଘ ସଭାପତି ଡଃ ଅରୁପ ଜେନା ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.