mobile header

ବେଲ୍‌ରେ ଆସି ବାହୁଡ଼ା ଯାତ୍ରାରେ ସାମିଲ ହେଲେ ଗୋବିନ୍ଦ ସାହୁ

ବେଲ୍‌ରେ ଆସି ଗାଁ ବାହୁଡ଼ା ଯାତ୍ରାରେ ସାମିଲ ହେଲେ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ପତ୍ନୀ ଓ ଝିଅର ଚିକିତ୍ସା ପାଇଁ ଗୋବିନ୍ଦ ସାହୁଙ୍କୁ ଗତ ୮ ତାରିଖରେ ୧୪ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ହେଲେ ସେ କିନ୍ତୁ ସାଧାରଣ ଲୋକଙ୍କ ପରି ଗାଁ ରଥଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ଜଣେ ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପତ୍ନୀ ଓ ଝିଅର ଚିକିତ୍ସା ପାଇଁ ଜେଲ୍‌ରୁ ଜାମିନରେ ଆସି ବାହୁଡ଼ା ଯାତ୍ରା ଭଳି ସାମୂହିକ କାର୍ଯ୍ୟକ୍ରମରେ କିପରି ସାମିଲ ହୋଇପାରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ଏପରି ଖୁଲମଖୁଲା ବୁଲାବୁଲି କରୁଥିବା ଅଭିଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଗୋବିନ୍ଦ ସାହୁ ୧୪ ଦିନର ଅନ୍ତରୀଣ ଜାମିନ ପାଇ ଗତ ୯ ତାରିଖରେ କଣ୍ଟାବାଞ୍ଜି ଜେଲରୁ ବାହାରିଥିବା ବେଳେ ଆସନ୍ତା ୨୨ ତାରିଖରେ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଆତ୍ମସମର୍ପଣ କରିବେ। କୋର୍ଟ ଗୋବିନ୍ଦଙ୍କୁ ୮ ଟି ସର୍ତ୍ତ ଓ ୫୦ ହଜାରର ଦୁଇଟି ବଣ୍ଡ ବଳରେ ୧୪ ଦିନ ପାଇଁ ଜାମିନ ଦେଇଛନ୍ତି ।

କୋର୍ଟଙ୍କ ଜାମିନ ସର୍ତ୍ତ ଅନୁସାରେ ବିନା ଅନୁମତିରେ ସେ ନିଜ ଅଞ୍ଚଳ ଛାଡ଼ି ପାରିବେ ନାହିଁ। ସାକ୍ଷୀଙ୍କୁ ପ୍ରଭାବିତ କରି ପାରିବେ ନାହିଁ କିମ୍ବା ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବେନି। ପ୍ରତିଦିନ ସନ୍ଧ୍ୟାରେ ସେ ଏହି ମାମଲାର ଆଇଓଙ୍କ ପାଖରେ ହାଜର ହେବେ। ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇପାରିବେ ନାହିଁ କୋର୍ଟ ସର୍ତ୍ତ ରଖିଛନ୍ତି।

Leave A Reply

Your email address will not be published.