
କାଲିମେଳା ତା ୧୧/୭ ବର୍ତମାନ ଯୁଗରେ ପୃଥିବୀ ରେ ବଢୁଥିବା ତାପମାତ୍ରା ଏବଂ ପ୍ରତିକୂଳ ପରିବେଶ ପାଇଁ ବୃକ୍ଷରୋପଣ ହିଁ ଏକମାତ୍ର ଵିକଳ୍ପ, ଯାହା ଜୀବ ଜଗତ ପାଇଁ ମଂଗଳକାରୀ ଅଟେ । ତେଣୁ ଏହାକୁ ଦୁଷ୍ଟିରେ ରଖି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ:ଭି :୭୯ ଗ୍ରାମ ରେ ଡ଼ ଶ୍ୟାମା ପ୍ରସାଦ କନିଷ୍ଟ ମହାବିଦ୍ୟାଳୟ ରେ ଗତକାଲି ରବିବାର ଦିନ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମଟି ରେ ସ୍ଥାନୀୟ ବନବିଭାଗ ଵନପାଳ ରଶ୍ମିରଞ୍ଜନ ସ୍ୱାଇଁ ଅଧ୍ୟକ୍ଷତାରେ ଆୟୋଜିତ ଏହି ବନ ମହୋତ୍ସବ ରେ ଉପସ୍ଥିତ ରହି ବୃକ୍ଷ ରୋପଣର ଉପକାରିତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ବୃକ୍ଷ ହଁ ଆମର ରକ୍ଷା କଵଚ ।ଏହା ଆମକୁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଯୋଗାଇ ଦେଇଥାଏ । ଏହା ସୁସ୍ଥ ପରିବେଶ ସହ ସୁସ୍ଥ ମନଗଢିବା ସହାୟକ ହୋଇଥାଏ । ତେଣୁ ଆମେ ସମସ୍ତେ ଜଙ୍ଗଲ ସୃଷ୍ଟି କରିବା ସହ ସବୁ ସ୍ଥାନରେ ବୃକ୍ଷ ରୋପଣ କରିବା ଆବଶ୍ୟକ ବୋଲି କହିବା ସହ ଜଙ୍ଗଲ ସୁରକ୍ଷା ପାଇଁ ସମସ୍ତେ ଦୃଷ୍ଟି ଦେବା ଆବଶ୍ୟକ ବୋଲି କହିଥିଲେ । ଓ ମହାବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରକାରର ଗଛ ଲଗାଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରେଞ୍ଜର ରଶ୍ମିରଞ୍ଜନ ସ୍ୱାଇଁ, ଫୋରେଷ୍ଟର ଦୀପଙ୍କର ଶିଉଳି,ଫୋରେଷ୍ଟର ମୁରଲୀଧର ଅନୁଗୁଳିଆ,ଫୋରେଷ୍ଟର ସମୀର ଜେନା, ଫୋରେଷ୍ଟର ଗାର୍ଡ ସୁମିତ ବିଶ୍ୱାସ,ଫୋରେଷ୍ଟର ଗାର୍ଡ,ଫୋରେଷ୍ଟର ଟୁକୁନା ବରାଡ଼, ଫୋରେଷ୍ଟର ଗାର୍ଡ ମମତା ବିଶୋଇ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଦୁଷ୍ମନ୍ତ କୁମାର ଦାସ,ବସନ୍ତ କୁମାର ବିଶ୍ବାଳ,ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର,ରିକି ବାରିକ ସହ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।