mobile header

କୃଷ୍ଣ ପାଳ ହେଲେ ମାଲକାନଗିରି ପୌର ପରିଷଦର ସାଂସଦ ପ୍ରତିନିଧି

ମାଲକାନଗିରି
ମାଲକାନଗିରି ପୋୖର ପରିଷଦ ର ସାଂସଦ ପ୍ରତିନିଧି ଭାବେ ଚୟନ ହେଲେ ଶ୍ରୀ କୃଷ୍ଣ ଚନ୍ଦ୍ର ପାଳ । ଶ୍ରୀ ପାଳ ପୂର୍ବରୁ ମାଲକାନଗିରି ପୌରପରିଷଦର ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ଅବସର ପରେ ବିଜୁ ଜନତା ଦଳରେ ସକ୍ରିୟ ରୂପେ କାର୍ଯ୍ୟ କରୁଥିଲେ । ତାଙ୍କର କାର୍ଯ୍ୟ ଓ ନିଷ୍ଠା କୁ ଦୃଷ୍ଟିରେ ରଖି ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ତାଙ୍କୁ ମାଲକାନଗିରି ପୌରପରିଷଦ ର ପ୍ରତିନିଧି ଭାବେ ଚୟନ କରିଛନ୍ତି । ଏହାପରେ ଶ୍ରୀ ପାଳ ଆଜି ମାଲକାନଗିରି ପୋୖର ପରିଷଦ କୁ ଯାଇ ସେଠାରେ ମାଲକାନଗିରି ପୌରାଧ୍ୟାକ୍ଷ ଶ୍ରୀଯୁକ୍ତ ମନୋଜ ବାରିକ ଓ ମାଲକାନଗିରି ପୌରପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ତ୍ରିଶୂଳ ମାରଡିଙ୍କୁ କାର୍ଯ୍ୟାଳୟ ଠାରେ ସାକ୍ଷାତ କରିଥିଲେ |

Leave A Reply

Your email address will not be published.