ଫୁଲବାଣୀ =11/07
କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତ ର ଲମ୍ବାଗୁଡ୍ରି ସରକାରୀ ଆଶ୍ରମ ବିଦ୍ୟାଳୟ ଠାରେ ଅଭିଭାବକ ଓ ଶିକ୍ଷକ ମଧ୍ୟରେଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହେଇଥିଲା । ଏହି ବୈଠକ ରେ ଜୀବନ କୌଶଳ ଶିକ୍ଷା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଗୋପାଳ କୃଷ୍ଣ ବେହେରା ଙ୍କ ନିର୍ଦେଶ କ୍ରମେ ପ୍ରଧାନ ଶିକ୍ଷକ କୁମାର ଚନ୍ଦ୍ର ପାଢ଼ୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଟିତ ସଭାରେ ମୁଖ୍ୟ ଅତିଥି ଭାବେ ଦୁତିମେଣ୍ଡି ପଞ୍ଚାୟତର ସରପଞ୍ଚ ଦମୟନ୍ତି ମଲ୍ଲିକ ଯୋଗ ଦେଇ ପ୍ରଦୀପ ଉଜଳନ କରି ବୈଠକ ର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ପିତାମ୍ବର କଂହର ସ୍କୁଲ ପରିଚାଳନା କମିଟୀ ସଭାପତି ଚତୁର୍ଭୁଜ ମଲ୍ଲିକ ସନ୍ଧ୍ୟାରାଣୀ ମହାପାତ୍ର , ରୋହିତ କୁମାର ବେହେରା , ସୁକାନ୍ତ କୁମାର ସାହୁ , ବୈଦ୍ୟନାଥ ପାଟଯୋଶୀ , ସ୍ବାତି ତନ୍ମୟା ପଣ୍ଡା , ଋତୁପୂର୍ଣ୍ଣା ରଥ , ସ୍ନିଗ୍ଧାରାଣୀ ବେହେରା ଯୋଗଦେଇ ଶିକ୍ଷକ ଙ୍କ ସହ ଛାତ୍ରଛାତ୍ରୀ ଙ୍କ ସୁସମ୍ପର୍କ ରହିଲେ ପିଲାଙ୍କ ପାଠ ପ୍ରତି ଆଗ୍ରହ ବୃଦ୍ଧି ପାଇବ ବୋଲି କହିଥିଲେ lସେହିପରି ଶିକ୍ଷକ ଶିକ୍ଷୟତ୍ରୀ ମାନେ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ସି ସି ଏ ଶ୍ରୀହରି ପ୍ରଧାନ , କମଳ କାନ୍ତ ବାରିକ , ଝୁନୁ ଯାନୀ, ଶର୍ମିତା ଯାନୀପ୍ରମୁଖ ସହଯୋଗ କରିଥିଲେ । ଏହି ଅଭିଭାବକ ଓ ଶିକ୍ଷକ ସମିଳନୀ ବୈଠକରେ ଛାତ୍ର ଛାତ୍ରୀ , ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା l
Sign in
Sign in
Recover your password.
A password will be e-mailed to you.