mobile header

ବୌଦ୍ଧରେ ନିଦ୍ରାକରଣ େଓøଷଧ ଓ ମାନସିକ ପଦାର୍ଥ ଗୋଦାମ ଉଦଘାଟିତ


ବୌଦ୍ଧ,୧୧ା୭ : ବୌଦ୍ଧରେ ବ୍ୟାପକ ଭାବରେ ନିଶା କାରବାର ବୃଦ୍ଧି ପାଉଥିବାବେଳେ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି । ତେବେ ଜବତ ହୋଉଥିବା ନିଶା ପଦାର୍ଥ ରଖିବାକୁ ମାଲଖାନାର ଅଭାବ ରହିଥିଲା । ତେଣୁ ଜିଲାରେ ଅବକାରୀ ବିଭାଗ ପକ୍ଷରୁ ୮୦ ଲକ୍ଷ ଟଙ୍କା ବ୍ୟୟରେ ଏକ ନିଦ୍ରାକରଣ େଓøଷଧ ଓ ମାନସିକ ପଦାର୍ଥ ଗୋଦାମ ଗୃହ ନିର୍ମାଣ କରାଯାଇ ସୋମବାର ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି । ରାଜ୍ୟ ପଞ୍ଚାୟତିରାଜ,ଜଙ୍ଗଲ ଓ ପରିବେଶ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ଗୋଦାମ ଘରକୁ ଉଦଘାଟନ କରିଥିଲେ । ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର,ଜିଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି,ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାଏକ ଏବଂ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.