ବିଶ୍ଵ ଜନସଂଖ୍ୟା ଦିବସ ଉପଲକ୍ଷେ ରକ୍ତଦାନ ଶିବିର ।

କାଲିମେଳା , ୧୧ / ୭ ଗତକାଲି ସୋମବାର ତା ୧୧/୭/୨୦୨୨ରିଖ ଦିନ ସମଗ୍ର ବିଶ୍ଵରେ ବିଶ୍ଵ ଜନସଂଖ୍ୟା ଦିବସ ପାଳନ କରାଯାଉଥିବା ବେଳେ କାଲିମେଳା ବ୍ଲକ୍ ଅନ୍ତର୍ଗତ ନାଲାଗୁଣ୍ଡିରେ ଥିବା ସ୍ବାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରରେ ଏକ ରକ୍ତଦାନ ଶିବିର ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ମୋଟ ୨୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବାର ଜଣାପଡ଼ିଛି । ଉକ୍ତ କାର୍ଯ୍ୟକ୍ରମକୁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ସୀମାଞ୍ଚଳ ଦାଶ ଓ ଏମ:ଭି :୭୨ ଗ୍ରାମ ସ୍ଥିତ ୭୬ ବାଟାଲିଅନ ବିଏସଫର କ୍ୟାମ୍ପ ର କମାଡେଣ୍ଟ ଜିତେନ୍ଦ୍ର ସିଂ ସାହି ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମ ଭି ୭୨ ଗ୍ରାମ ବିଏସଏଫ କମାଡେଣ୍ଟ ମଧ୍ୟ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ ରେ।ଏ ଅବସରରେ ଅନୁଷ୍ଠିତ ରକ୍ତ ଦାନ କାର୍ଯ୍ୟକ୍ରମ ରେ ବିଏସଏଫ ଯବାନ ମାନେ ମଧ୍ୟ ରକ୍ତ ଦାନ କରିଥିଲେ।ଟେକ୍ନିସିଆନ ସୁରେଶ କୁମାର ରାଉତ , କାଲିମେଳା ସୁପରଭାଇଜର ଗୌରାଙ୍ଗ ସରକାର , ଏମଭି – ୭୨ ସୁପରଭାଇଜର ଚୁଡ଼ାମଣି ମଣ୍ଡଳ , ଏମଭି – ୬୪ ସୁପରଭାଇଜର ଦୁଲାଲ ପଦରଂଗ , ଅଙ୍ଗନବାଡି କର୍ମୀ ସସ୍ମିତାରାଣୀ ରାୟ ଓ ବିଶାଖା ଅଧିକାରୀ , ଆଶାକର୍ମୀ ତ୍ରିବେଣୀ ମଣ୍ତଳ , ସୁଚିତ୍ରା ବାଲା , ଲଖୀ ଦେ , ମମତା ମାଡ଼କାମୀ ଓ କଲ୍ୟାଣୀ ମଣ୍ଡଳ ସମେତ ମହିଳା ସ୍ଵାସ୍ଥ୍ୟକର୍ମୀ ଜୟନ୍ତୀ ଗୁମାସ୍ତା ଯୋଗଦେଇଥିଲେ । ମାଲକାନଗିରି ରକ୍ତଭଣ୍ଡାରରୁ ଆସିଥିବା କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ । ଲଗାଣ ବର୍ଷା ସତ୍ତ୍ଵେ ଏହି ରକ୍ତଦାନ ଶିବିରରେ ସୀମା ସୁରକ୍ଷା ବଳର ଯବାନମାନଙ୍କ ସହିତ ସ୍ଥାନୀୟ ଯୁବକମାନେ ରକ୍ତଦାନ କରିଥିଲେ । ଏହି ଶିବିରକୁ ନାଲାଗୁଣ୍ଠି ସ୍ବାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ପକ୍ଷରୁ ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.