mobile header

ଏମ:ଭି ୯୬ ଗାଁ ନିକଟ ପୋଲ ଉପରେ ପାଣି ଓ ଯାତାୟାତ ବନ୍ଦ ରହିଛି

କାଲିମେଳା ତା ୧୧ /୭ -ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍‌ଭି ୯୬ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ରାଜ୍ୟର ବିଭିନ୍ନ ଜିଲାରେ ଲଘୁଚାପର ପ୍ରଭାବ କମ ବେଶି ଦେଖିବାକୁ ମିଳୁଛି । ତେବେ ମାଲକାନଗିରି ଜିଲାରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି । ଲଘୁଚାପ ଯୋଗୁଁ ବିଗତ ଗତ ଏକସପ୍ତାହ ଧରି ଲଗାଣ ବର୍ଷା ହେଉଛି । ଫଳରେ ନଦୀ -ନାଳର ଜଳସ୍ତର ବଢିବାରେ ଲାଗିଛି । ଏହାର ଏକ ଚିତ୍ର ଦେଖିବାକୁ ମିଳିଛି ୩୨୬ ନମ୍ବର ବିଜୟୱଡା ରାଞ୍ଚି ଜାତୀୟ ରାଜପଥ ଉପରେ ଥିବା ଏମ୍‌:ଭି :୯୬ ପୋଲରେ । ପୁରୁଣା ଢାଞ୍ଚାରେ ତିଆରି ତାଲୁଆ ପୋଲଟି ଅଳ୍ପ ବର୍ଷା ହେଉ ହେଉ ଜଳମଗ୍ନ ହେଇଯାଉଛି । ଆଜି ସନ୍ଧ୍ୟା ବେଳେ ୨ଫୁଟ ଜଳ ପୋଲ ଉପର ଦେଇ ପ୍ରବାହିତ ହେଉଥିବା ବେଳେ ରାତିରେ ଏହା ବଢ଼ିବାର ସମ୍ବାବନା ରହିଛି । ଯାହାଫଳରେ ମାଲକାନଗିରି ଠାରୁ ଏମ୍‌ଭି ୯୬ , ଏମ୍‌ଭି୭୬ , କୁନାନପଲ୍ଲି , ଏମ୍‌ଭି ୭୯ ଓ ମୋଟୁ ବିଛିନ୍ନ ହୋଇଯାଇଛି । ଲଗାଣ ବର୍ଷା ନ କମିଲେ ଜଳସ୍ତର ଆହୁରି ବଢିବାର ସମ୍ଭାବନା ରହିଛି । ଏହାକୁ ନଜର ରଖୀ ଏମ:ଭି:୭୯ ପୁଲିସ ପୋଲ ନିକଟରେ ପହଞ୍ଚି ସୁରକ୍ଷା ଦୃଷ୍ଟିରୁ ପୋଲର ଉଭୟ ପାର୍ଶ୍ଵରୁ ଯାତାୟାତ ତଥା ଅମାନିଆଙ୍କୁ ପୋଲ ପାର ନ ହେବା ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି ।

Leave A Reply

Your email address will not be published.