mobile header

ଫୁଲବାଣୀରେ ବାଙ୍ଗଲାଦେଶୀ ଓ ମୁରସିଦାବାଦ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢୁଛି, କାର୍ଯ୍ୟାନୁଷ୍ଠାନ ନାହିଁ

ଫୁଲବାଣୀ-୧୨/୦୭
ଫୁଲବାଣୀ ସହରରେ ଦିନକୁ ଦିନ ବାଂଲାଦେଶୀ ଓ ମୁର୍ସିଦାବାଦ ଅଞ୍ଚଳ ର ଅନୁପ୍ରବେଶକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢିବା ରେ ଲାଗିଛି । ଏମାନେ ସମସ୍ତେ କିଏ ମିସ୍ତ୍ରୀ ମୁଲିଆ ତ ଆଉ କିଏ ବିଭିନ୍ନ ପ୍ରକାର ହରେକମାଲ କିକ୍ରି କରିବା ବାହାନାରେ ଆସି ଏଠାରେ ରହୁଛନ୍ତି । କିଏ ଭଡ଼ା ଘରେ ରହୁଛି ତ କେହି କେହି ଜବରଦଖଲ କରି ଘର ତିଆରି କରି ରହିଲେଣି ବର୍ଷ ବର୍ଷ ଧରି । ପୋଲିସ ଓ ପ୍ରଶାସନର ଏମାନଙ୍କ ଉପରେ କୌଣସି ଲଗାମ ନଥିବା ଫଳରେ ନିର୍ଭୟରେ ଏମାନେ ଆସ୍ଥାନ ଜମାଇରହିଛନ୍ତି ।ଆଉ ସୁବିଧା ଦେଖି ଚୋରୀ ଡକାୟତି, ଏଟିଏମ ଲୁଟ,ଭଳି ସଙ୍ଗିନ ଆପରାଧରେ ଲିପ୍ତ ରହୁଥିବା ଦେଖାଯାଉଛି । ଫଳରେ ସହର ବାସୀ ସୁରକ୍ଷିତ ମଣୁନ ଥିବା କହିଛନ୍ତି । ଏମାନଙ୍କୁ ଚିହ୍ନଟ କରି କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବାଲାଗି ଏବିଭିପି ଜିଲ୍ଲାମୁଖ୍ୟ ଶିବାଶିଷପଣ୍ଡା ବାରମ୍ଵାରଦାବୀ କରି ଆସୁଥିଲେ ମଧ୍ୟ ପୋଲିସ କିମ୍ବା ପ୍ରଶାସନ ଶୁଣୁ ନ ଥିବା ସେ ଅଭିଯୋଗ କରିଛନ୍ତି।
ଏଣୁ ଏମାନଙ୍କୁ ଦେଖିଲେ ପ୍ରଶୟନ ଦେଇ ସତର୍କ ରହିବାଲାଗି ପଣ୍ଡା ପରାମର୍ଶ ଦେଇଛନ୍ତି । ଆବଶ୍ୟକସ୍ଥଳେ ସେମାନଙ୍କ ଫଟୋ ଉଠାଇ ନିକଟସ୍ଥ ଥାନାରେ ଜଣାଇବାଲାଗି ସେ କହିଛନ୍ତି।ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ହଠାଇବା ଲାଗି ସହରବାସୀଙ୍କ ସହଯୋଗ କାମନା କରିଛନ୍ତି ଶିକାସିଷ ପଣ୍ଡା।
ପୋଲିସ ଓ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେଇକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି।

Leave A Reply

Your email address will not be published.