xmas

ବ୍ରାହ୍ମଣୀଗାଁ ବନ ବିଭାଗ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ, ସଚେତନତା ଓ ଚାରା ବିକ୍ରୟ କେନ୍ଦ୍ର

ଫୁଲବାଣୀ 12/7
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ବ୍ରାହ୍ମଣୀଗାଁ ବନ ବିଭାଗ ରେଞ୍ଜ ପକ୍ଷରୁ ବିଭିନ୍ନ ସ୍ଥାନ ରେ ବନମହୋତ୍ସବ ପାଳିତ ହୋଇଥିଲା lଏହି ଅବସରରେ ବିଭିନ୍ନ ସ୍ଥାନ ରେ ବ୍ୟାପକ ବୃକ୍ଷ ରୋପଣ କରାଯିଵା ସହ ସଚେତନ କରାଯାଉଛି l ରେଞ୍ଜ ଅଫିସର ବୀରେନ୍ଦ୍ର କୁମାର ପଟନାୟକ ଙ୍କ ତତ୍ୱାବଧାନ ରେ ବୃକ୍ଷ ରୋପଣ ଓ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି l ରେଞ୍ଜ ଅଧିନସ୍ଥ ଝୀଞ୍ଜି ରିଗୁଡା ଅଞ୍ଚଳ ରେ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ, ମୂଖ୍ ଅତିଥୀ ଭାବେ ଯୋଗ ଦେଇ ଜଙ୍ଗଲ ସୁରକ୍ଷା କରିବା ସହ ଅଧିକ ରୂ ଅଧିକ ବୃକ୍ଷରୋପଣ କରିବାଲାଗି
ପରାମର୍ଶ ଦେଇଥିଲେ l ସେହିପରିରେଞ୍ଜ ଅଫିସର ବୀରେନ୍ଦ୍ର ପଟନାୟକ ଜଙ୍ଗଲ ରେ ନିଆଁ ନଲଗାଇବା ବନ୍ୟ ଜନ୍ତୁ ର ସୁରକ୍ଷା କରିବାନେଇ ସଚେତନ କରିଥିଲେ lଆଉ ପ୍ରତ୍ୟେକ ଲୋକ ନିଜ ଜୀବନ କାଳରେ କିଛିକିଛି ଗଛ ଲଗାଇଵା ସହ ତାକୁ ବଞ୍ଚାଇରଖିଲେ ଭବିଷ୍ୟ ପିଢ଼ି ପରିବେଶ ପ୍ରଦୂଷଣ ରୂ ରକ୍ଷା ପାଇବେ ବୋଲି ରେଞ୍ଜର ପଟନାୟକ କହିଥିଲେ lସେହିପରି ରେଞ୍ଜ ଅଫିସ ସମୁଖରେ ଏକ ଚାରା ବିକ୍ରୟ କେନ୍ଦ୍ର ମଧ୍ୟ ଖୋଲାଯାଇଥିଲା lଏହାକୁ ସ୍ଥାନୀୟ ସରପଞ୍ଚ ସଂଯୁକ୍ତl ମଲିକ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଉଦଘାଟନ କରିଥିଲେ lଏଠାରେ ମାତ୍ର ଟଙ୍କା ଏ ମୂଲ୍ୟରେ ବିଭିନ ପ୍ରକାର ବୃକ୍ଷ ଚାରା ଓ ଫଳ ବୃକ୍ଷଆଦି ଶହେ ପ୍ରକାର ଚାରା ବିକ୍ରୀ ହେଉଛି l
ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ରେଞ୍ଜ ଅଫିସର ବୀରେନ୍ଦ୍ର ପଟନାୟକ ଙ୍କ ସମେତ ପରିବେଶ ବିତ, ପଦସ୍ତ ଅଧିକାରୀ,ବୁଦ୍ଧିଜୀବି ଙ୍କ ସମେତ , କାତି ଙ୍ଗିଆ ବନ ବିଭାଗ କର୍ମଚାରୀ ପ୍ରମୁମନୋରଞ୍ଜନ ପରିଛା, ବ୍ରାହ୍ମଣୀଗାଁ ଅତିରିକ୍ତ ବନ ପାଳଦୀପକ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l
ରେଞ୍ଜ ଅଫିସର ଭାବେ ବୀରେନ୍ଦ୍ର ପଟନାୟକ ଦାଇତ୍ୱ ଗ୍ରହଣ କରିବାର ମାସ କେଇଟା ମଧ୍ୟରେଵାଲିଗୁଡ଼ା ଡି ଏଫ ଓ ବିଶ୍ୱରାଜ ପଣ୍ଡା ଙ୍କ ସଠିକ ପରାମର୍ଶ ଓ ସହଯୋଗ ଓ ଆଗ୍ରହ ଯୋଗୁଁ ଅଂଚଳରେ ରେ ବ୍ୟାପକ ବୃକ୍ଷ ରୋପଣ କରିବା ସହ ଜଙ୍ଗଲ ସୁରକ୍ଷା ସମ୍ପର୍କିତ ସଚେତନ ସୃଷ୍ଟି କରିଛନ୍ତି l
ଜଙ୍ଗଲ ଯେପରି ନଷ୍ଟ ନ ହେବ, ଓ ବନ୍ୟଜନ୍ତୁ ଯେପରି ଅସୁରକ୍ଷିତ ନ ହେବେ ସେଥିପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି ରେଞ୍ଜର ପଟନାୟକ l
ସେହିପରି ଅବାଧ ଶିକାର କୁ ମଧ୍ୟ ରୋକ ଲଗାଇବାରେ ସଫଳ
ହେଇଛନ୍ତି ସେ l

Leave A Reply

Your email address will not be published.