ସାବାସ ସରପଞ୍ଚ

ବରଗଡ଼ – ସମାଜସେବ ପାଇଁ ଘରୁ ଗୋଡ଼ କାଢ଼ି ଥିବା ମହିଳା ସରପଞ୍ଚ ଙ୍କ ପ୍ରୟାସ ଯୋଗୁ ଶେଷରେ ମୃତ ସନ୍ନ୍ୟାସୀଙ୍କର ହେଲା ଅନ୍ତିମ ସଂସ୍କାର । ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତର ପରମାନନ୍ଦପୁର ଗ୍ରାମରେ ଦୀର୍ଘ ୫ ବର୍ଷ ହେବ ଜଣେ ୮୦ ବର୍ଷ ବୟସ୍କ ବୃଦ୍ଧ ସନ୍ୟାସୀ ରହି ଆସୁଥିଲେ । ହଟାତ୍ ଆଜି ଭୋର୍ ସକାଳୁ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଗ୍ରାମର ୱାର୍ଡମେମ୍ବର ଏ ନେଇ ସରପଞ୍ଚକୁ ଫୋନ ଯୋଗେ ଖବର ଜଣାଇଥିଲେ । ସରପଞ୍ଚ ତାଙ୍କ ସ୍ବାମି ସୁଶାନ୍ତ ପଣ୍ଡାଙ୍କୁ ତୁରନ୍ତ ଘଟଣା ସ୍ଥଳକୁ ପଠାଇଥିଲେ । ତେବେ ଯୁବଖୋଲ ଗ୍ରାମରେ ଉକ୍ତ ବ୍ୟକ୍ତିଙ୍କ କେହି ସମ୍ପର୍କୀୟ ଲୋକ ରହୁଥିବାର ଖବର ପାଇ ଶ୍ରୀ ପଣ୍ଡା ସେ ଗାଁ କୁ ଯାଇଥିଲେ କିନ୍ତୁ ସେଠାରୁ କେହି ମିଳିନଥିବା ରୁନିରାଶ ହୋଇ ଫେରିବା ପରେ ନିଜେ ଅନ୍ତିମ ସଂସ୍କାର କରିବାକୁ ନିଷ୍ପତି ନେଲେ । ଗାଇସିଲାଟ ଥାନା ଅଧିକାରୀ ଏବଂ ବିଡ଼ିଓ ଙ୍କୁ ଘଟଣା ବିଷୟରେ ଜଣାଇବା ପରେ ବରଗଡ଼ ଜିଲ୍ଲା ସଂକଳ୍ପ ପରିବାର ସହିତ ଯୋଗାଯୋଗ କରି ଶବ ସତ୍କାର କରିବା ପାଇଁ ଅନୁରୋଧ କରିଥିଲେ । ବରଗଡ଼ ସଂକଳ୍ପ ପରିବାରର ତିନି ସଦସ୍ୟ ରତିକାନ୍ତ ପଧାନ, ସୁରେନ୍ ସାହୁ , ଦିନ ବନ୍ଧୁ ସାହୁ ଓ ନିଜେ ସରପଞ୍ଚଙ୍କ ସ୍ବାମୀ ସନ୍ନ୍ୟାସୀଙ୍କ କୋକେଇ କାନ୍ଧେଇ ପ୍ରାୟ ୨ କି.ମି ଘାଟି ରାସ୍ତାରେ ଯାଇ ଜଙ୍ଗଲ ନିକଟରେ ଶବ ସତ୍କାର କରିଥିଲେ ।ପରମାନନ୍ଦପୁର ଗ୍ରାମବାସୀ ପ୍ରତେକ୍ ଘରୁ କାଠ ସଂଗ୍ରହ କରି ଶବ ସତ୍କାର କରିବା ପାଇଁ ପୂର୍ଣ୍ଣ ସହଯୋଗ କରିଥିବା ବେଳେ। ବିଡ଼ିଓ ପ୍ରବୀଣ କୁମାର ବାଣୁଆ କୌଣସି ସଂକ୍ରମଣ ନହେବା ପାଇଁ ପିପି କିଟ ଯୋଗାଇ ଦେଇଥିଲେ । ମହିଳା ସରପଞ୍ଚ ଏବଂ ତାଙ୍କ ସ୍ଵାମୀ ସୁଶାନ୍ତ ପଣ୍ଡାଙ୍କ ଏଭଳି କାମକୁ ଅଞ୍ଚ୍ଚଲବାସୀ ପ୍ରଶଂସା କରିଥିବା ବେଳେ ବିଡ଼ିଓ ଏଭଳି ମହତ କାମ ପାଇଁ ସରପଞ୍ଚ ଅର୍ପିତା ପଣ୍ଡା ଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.