
ଖୁଣ୍ଟା –
ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ଅଧିନ ବାସିପିଠା ପଞ୍ଚାୟତ ପୁରୁଣାପାଣି ଗ୍ରାମର ଜନୈକ ବ୍ୟବସାୟୀଙ୍କ ହୃତଘାତ ରେ ଆକସ୍ମିକ ମୃତ୍ୟୁ ପରେ ପରିବାର ଲୋକଙ୍କ ପକ୍ଷରୁ ମୃତକଙ୍କ ଚକ୍ଷୁ କୁ ଦାନ କରିଥିବା ଜଣାଯାଇଛି ।
ସୁଚନା ଅନୁଯାୟୀ ପୁରୁଣାପାଣି ଗ୍ରାମର ଅତୁଲ କୁମାର ସାହୁ (୬୨) ମଙ୍ଗଳବାର ଭୋର ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବର ଲୋକେ ପ୍ରଥମେ ଡୁକୁରା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରବର୍ତ୍ତୀ ସମୟରେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଇଥିଲେ । ମାତ୍ର ସେଠାରେ ମୃତ୍ୟୁ ଘଟିଥିଲା । ତେବେ ଅତୁଲଙ୍କ ଅକାଳ ବିଯୋଗରେ ପରିବାରବର୍ଗ ଭାଙ୍ଗି ପଡ଼ିଥିଲେ ମଧ୍ୟ ତାଙ୍କର ସ୍କୃତିକୁ ବଜାଇ ରଖିବ ଆଶାରେ ପରିବାରବର୍ଗଙ୍କ ପକ୍ଷରୁ ଅତୁଲଙ୍କର ଚକ୍ଷୁ ଦାନ ପାଇଁ ଇଚ୍ଛା ପ୍ରକଟ କରି ଥିଲେ । ଏବଂ ଏ ସଂମ୍ପର୍କରେ ଚିକିତ୍ସାକେନ୍ଦ୍ର କତୃପକ୍ଷଙ୍କୁ ଅବଗତ କରାଇଥିଲ । ଯାହାକୁ ନେଇ ଆଜି ଚିକିତ୍ସାକେନ୍ଦ୍ର ପକ୍ଷରୁ ମୃତ ଅତୁଲଙ୍କର ଚକ୍ଷୁ ସଂଗ୍ରହ କରାଯାଇଥିବା ଜଣାଯାଇଛି । ତେବେ ମୃତକ ଅତୁଲଙ୍କର ୩ ପୁଅଙ୍କ କହିବା ଅନୁଯାୟୀ ମୃତ୍ୟୁ ପରେ ଆମେ ଶରୀର ଟିକୁ ନଷ୍ଟ କରିଦେଉଛୁ , ମାତ୍ର ମୃତ୍ୟୁ ପରେ ଅଙ୍ଗଦାନ କରିବା ଦ୍ୱାରା ଅନ୍ୟ କେହି ବ୍ୟକ୍ତି ଏହି ମାଧ୍ୟମରେ ଉପକୃତ ହୋଇପାରିବ । ଏହାକୁ ଚିନ୍ତା କରି ଏଭଳି ନିସ୍ପତ୍ତି ଗ୍ରହଣ କରିବା ସହ ଜନସାଧାରଣଙ୍କୁ ମଧ୍ୟ ଏଥି ନିମନ୍ତେ ସହ ଯୋଗ ନିମନ୍ତେ ନିବେଦନ କରିଛନ୍ତି । ଏଭଳି ମହତ କାର୍ଯ୍ୟକୁ ନେଇ ସେମାନଙ୍କୁ ବିଭିନ୍ନ ମହୋଲରେ ସ୍ଵାଗତ କରାଯାଇଛି । ତେବେ ମୃତକ ଅତୁଲ ଜଣେ ମିଷ୍ଟାଭାଷୀ , ପରୋପକାରୀ ଓ ମେଳାପିସ୍ଵଭାର ବ୍ୟକ୍ତି ଥିବାରୁ ତାଙ୍କର ମୃତ୍ୟୁ ଖବର ପ୍ରସାର ପାଇବା ପରେ ସଂପୃକ୍ତ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।