xmas

୧୮ ଜୁଲାଇ ରୁ ଗାଇସିଲେଟ ବ୍ଲକ କୁ ସମ୍ପୂର୍ଣ୍ଣ ଅଚଳ କରିବେ ଚାଷୀ ସଂଗଠନ

ଆଜି ତା ୧୨ /୭/୨୦୨୨ ରାଜବୋଡାସମ୍ବର୍ କୃଷକ ସଂଗଠନ ଗାଇସିଲେଟ ବ୍ଲକ ର ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ୱ ରେ ଫସଲବୀମା ବିଭ୍ରାଟ କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଗତ ୨୦୨୧ ଖରିଫ ଋତୁ ରେ ଭୟଙ୍କର ମରୁଡି ସତ୍ବେ HDFC ଏଗ୍ରୋ କମ୍ପାନୀ ଆଜି ପ୍ରଯ୍ୟନ୍ତ ବୀମା କ୍ଷତି ପୁରଣ ଦେଇନାହିଁ l ଖରିଫ ୨୦୨୧ ର ଫସଲବୀମା କ୍ଷତି ଅପୁରଣ ଓ ମରୁଡି ସହାୟତା ରାଶି ପ୍ରଦାନ ଦାବି ନେଇ ବାରମ୍ବାର ଆନ୍ଦୋଳନ ତାଲାବନ୍ଦ କରି ସାରିଥିଲେ ମଧ୍ୟ କମ୍ପାନୀ, ପ୍ରସାଶନ ଓ ଉଭୟ ସରକାର ନିରବ ଦ୍ରଷ୍ଟା ସାଜିଛନ୍ତି l ତେଣୁ ଆସନ୍ତା ଜୁଲାଇ ୧୮ ତାରିଖ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ପଦ୍ମପୁର ଉପଖଣ୍ଡ ଦେଇଥିବା ବନ୍ଦ ଡାକରା କୁ ଗାଇସିଲେଟ ବ୍ଲକ ର ସମସ୍ତ ସଂଗଠନ, ରାଜନୈତିକ ଦଳ ର କର୍ମକର୍ତା ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ଏହି ବନ୍ଦ ଡାକରା ରେ ସାମିଲ ହେବା ପାଇଁ ସହମତି ପ୍ରକାଶ କରିଥିଲେ l ସହିଦ ଛକ ଠାରୁ ଏକ ରେଲି ବାହାରି ଗାଇସିଲେଟ ବ୍ଲକ ର ସମସ୍ତ ସରକାରୀ କାର୍ଯ୍ୟାଳୟ,ଗାଁ ରୁ ବ୍ଲକ ର ସମସ୍ତ ରାସ୍ତା ଘାଟ, ସମସ୍ତ ରାଜରାସ୍ତା ଓ ଦୋକାନ ବଜାର କୁ ୧୨ ଘଣ୍ଟିଆ ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ଏବଂ ଏକ କୋର କମିଟି ଗଠନ କରାଯାଇଥିଲା ଏହି କମିଟି ରେ ଆବାହକ ଅରବିନ୍ଦ ପଣ୍ଡା, ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ,ବିଜେପି ବ୍ଲକ ସଭାପତି ପ୍ରବୀଣ କୁମାର ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟ ନୀଳମଣି ବରିହା, ସରୋଜ ସାହୁ,ଚୈତନ୍ୟ ସାହୁ,ସରପଞ୍ଚ ସଂଘ ର ସଭାନେତ୍ରୀ ଜୟନ୍ତୀ ସାହୁ,ବିରେନ୍ଦ୍ର ପଧାନ, ଇନ୍ଦ୍ରମଣି ପଧାନ ,ଘନଶ୍ୟାମ ପାତ୍ର, ମୋହନ ସିଂ ବରିହା,ଆନନ୍ଦ ପଧାନ,ସମାରୁ ସାହୁ ଙ୍କୁ ସଭ୍ୟ ଭାବେ ମନୋନୀତ କରାଗଲା l
ଏହି ବୈଠକରେଦୁର୍ଗା ପ୍ରସାଦ ତ୍ରିବେଦୀ,ସମ୍ପାଦକ ଗଜପତି ସାହୁ,ରବି ସାହୁ,ସୁମନ୍ତ ସାହୁ,ମହେଶ ଦାଶ୍,ମନୋଜ ପଣ୍ଡା ,ବଣିକ ସଂଘ,ଓକିଲ ସଂଘ, ନାଗରିକ କମିଟି ଓ ଅନ୍ୟାନ୍ୟ ସମସ୍ତ ସଂଗଠନ ର କର୍ମକର୍ତ୍ତା ତଥା ଚାଷୀ ମାନେ ସାମିଲ ହୋଇଥିଲେ l

Leave A Reply

Your email address will not be published.