ବର୍ଷା ବାହାନାରେ ପାଳି କରି ବିଦ୍ୟାଳୟ ଯାଉଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା ବିଭାଗର ନିଘା ନାହିଁ

କାଲିମେଳା ତା ୧୨/୭ ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗ ର ଅଧୀନରେ ଥିବା କାଲିମେଳା ବ୍ଲକ ଅନ୍ତର୍ଗତ ମହାରାଜପାଲ୍ଲୀ ଗ୍ରାମ ପଞ୍ଚାୟତ ଅଧୀନ ସରକାରୀ ପ୍ରାଥମିକ ବିଦ୍ୟାଳୟ ମହାରାଜପାଲ୍ଲୀ,ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ ମାଡତାଲଗୁଡା ଓ ସରକାର ପ୍ରାଥମିକ ବିଦ୍ୟାଳୟ ଗରେଲଗୁଡା, ଏବଂ ମାନ୍ଯୁମକୋଣ୍ଡା ଗ୍ରାମ ପଞ୍ଚାୟତ ଅଧୀନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏମ:ପି:ଭି:୪୨ ପ୍ରମୁଖ ଦୁଇଟି ଗ୍ରାମ ପଞ୍ଚାୟତ ର ଏହି ଚାରି ଗୋଟି ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଲଗାଣ ବର୍ଷା ର ବାହାନା ଦେଖାଇ ବିଦ୍ୟାଳୟ କୁ ପାଠ ପଡାଇବା ପାଇଁ ଠିକ୍ ରେ ଯାଉନାହାନ୍ତି ଓ ପାଳିକରି ଯାଉଥିବା ର ଜଣାପଡିଛି। କେଉଁଠି ବିଦ୍ୟାଳୟ କୁ ଆସୁଛନ୍ତି ଛାତ୍ର ଛାତ୍ରୀ ତ ଏଠାରେ ଶିକ୍ଷକ ପତାମିଳୁ ନାହିଁ ତ ଅନ୍ୟ କେଉଁଠି ବିଦ୍ୟାଳୟ କୁ ଛାତ୍ର ଛାତ୍ରୀ ଆସୁ ନ ଥୀବା ଯୋଗୁଁ ଶିକ୍ଷକ ବିଦ୍ୟାଳୟ ଗେଟ୍ ରେ ତାଲା ପକାଇ ଚାଲିଯାଇଛନ୍ତି ଏଭଳି ଦୃଶ୍ୟ ପରିଲକ୍ଷିତ ହେଉଛି ଓ ଏନେଇ ସମ୍ପୃକ୍ତ ବିଦ୍ୟାଳୟ ମାନଙ୍କ ର ଅବିଭାବକ, ଓ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଓ ଗ୍ରାମ ର ୱଡମେମ୍ବର ଓ ବିଦ୍ୟାଳୟ ରେ କାର୍ଯ୍ୟରତ ଥିବା ରୋଷେୟା ପ୍ରମୁଖ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ ଆଣିଛନ୍ତି। ମିଳିଥିବା ସୂଚନା ମୂତାବକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏମ:ପି:ଭି:୪୨ ରେ ନିୟୋଜିତ ହୋଇଥିବା ୪ ଜଣ ଶିକ୍ଷକ ମଧ୍ୟରୁ ଦୁଇଜଣ ତଥା ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପାନ୍ଥହୀ ଓ ତ୍ରୀନାଥ ନାୟକ ଆଜି ବିଦ୍ୟାଳୟ କୁ ଆସି ନାହାନ୍ତି ବୋଲି ଗ୍ରାମବାସୀ ତଥା ଗ୍ରାମ ର ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀମତୀ ଅମ୍ବିକା କୁଲଦୀପ ଓ ଗାଁ ର ୱଡମେମ୍ବର ମୁକେଶ ମଣ୍ଡଳ ଆଜି ଦୁଇଜଣ ଶିକ୍ଷକ କ’ଣ ପାଇଁ କେଉଁ କାରଣରୁ ଆସିନାହାନ୍ତି ବୋଲି ଗଣମାଧ୍ୟମକୁ ଜଣାଇଥିଲେ।ଏ ନେଇ ସଂପୃକ୍ତ ମାନ୍ଯୁମକୋଣ୍ଡା ଗ୍ରାମ ପଞ୍ଚାୟତ ର ସିଆରସିସି କମଲେଶ ରାୟ ଙ୍କୁ ଫୋନ ଦ୍ଵାରା ଯୋଗାଯୋଗ କରିକି ପଚାରିବାରୁ ସେ ସ୍ଵୀକାର କରିଛନ୍ତି ଯେ ଆଜି ଦୁଇଜଣ ଶିକ୍ଷକ ବିଦ୍ୟାଳୟ ରେ ଅନୁପସ୍ଥିତି ରହିଛନ୍ତି। ଠିକ୍ ସେହିପରି କାଲିମେଳା ବ୍ଲକ ଅନ୍ତର୍ଗତ ମହାରାଜପାଲ୍ଲୀ ଗ୍ରାମ ପଞ୍ଚାୟତ ର ସରକାରୀ ପ୍ରାଥମିକ ବିଦ୍ୟାଳୟ ମହାରାଜପାଲ୍ଲୀ ରେ ମୋଟ ୫୫ ଜଣ ଛାତ୍ର ଛାତ୍ରୀ ପାଠପଢୁଥିବା ବେଳେ ଆଜି ବିଦ୍ୟାଳୟ କୁ ମାତ୍ର ୧୦ ଜଣ ଛାତ୍ର ଛାତ୍ରୀ ବିଦ୍ୟାଳୟ କୁ ଆସିଥିଲେ। ତେବେ ଏହି ବିଦ୍ୟାଳୟରେ ମୋଟ ୫ ଜଣ ଶିକ୍ଷକ ନିୟୋଜିତ ଥିବା ବେଳେ ଆଜି ଜଣେ ମାତ୍ର ଶିକ୍ଷକ ଏମ ଏଲ ଇ ଶିକ୍ଷକ ଏଙ୍କା ମାଡକାମି ବିଦ୍ୟାଳୟ ରେ ଉପସ୍ଥିତ ଥିଲେ। ତେବେ ଜଣେ ଶିକ୍ଷକ ଆସିଥିବା ବେଳେ ପ୍ରଧାନ ଶିକ୍ଷକ ଉମେଶ ହାଲଦାର ,ପରିତୋଷ ରାୟ , ସୁଚିତ୍ରା ରାୟ ଓ ମିନି ମାଡକାମି ବିଦ୍ୟାଳୟ କୁ ଆସି ନାହାନ୍ତି। ଏ ନେଇ ସମ୍ପୃକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ପଚାରିବାରୁ ସେ କହିଲେ ଯେ କାଲିମେଳା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଅଫିସ କାମରେ ଯାଇଛନ୍ତି ବୋଲି। ହେଲେ ଅନ୍ୟ ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କେଉଁ କାରଣରୁ ବିଦ୍ୟାଳୟ କୁ ଆସିନାହାନ୍ତି ତାହା ଜଣାପଡ଼ି ନାହିଁ। ଠିକ୍ ସେହିପରି ସରକାରୀ ପ୍ରାଥମିକ ବିଦ୍ୟାଳୟ ମାଡତାଲଗୁଡା ରେ ଆଜି ଦୁଇଜଣ ଶିକ୍ଷକ ବିଶ୍ଵନାଥ ବିଶ୍ବାସ ଓ ଚିତ ବାଲା ନିୟୋଜିତ ଥିବା ବେଳେ ଆଜି ବିଦ୍ୟାଳୟ କୁ ଜଣେ ଶିକ୍ଷକ ବିଶ୍ଵନାଥ ବିଶ୍ବାସ ବିଦ୍ୟାଳୟ କୁ ଆସି ଛାତ୍ର ଛାତ୍ରୀ ଆସି ନାହାନ୍ତି ବୋଲି ରୋଷେଇ ବନ୍ଦ ରହିଥିଲା ଓ ଶିକ୍ଷକ ଜଣକ ମଧ୍ୟ ଦିନ ୧୨:୩୦ ରେ ବିଦ୍ୟାଳୟ ବନ୍ଦ କରି ତାଲା ପକାଇ ଚାଲିଯାଇଛନ୍ତି ବୋଲି ସମ୍ପୃକ୍ତ ବିଦ୍ୟାଳୟ ର ରୋଷେୟା ମୁତି ମାଡକାମି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ସେହିପରି ସରକାରୀ ପ୍ରାଥମିକ ବିଦ୍ୟାଳୟ ଗରେଲଗୁଡା ରେ ଦୁଇଜଣ ଶିକ୍ଷକ ସୁଶିଲ ହାଲଦାର ଓ ନୀରାପଦ ବିଶ୍ବାସ ନିୟୋଜିତ ଥିବା ବେଳେ ଏଠାରେ ମୋଟ ୧୪ ଜଣ ଛାତ୍ର ଛାତ୍ରୀ ପାଠ ପଢନ୍ତି ଆଜି ମାତ୍ର ୪ ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିବା ବେଳେ ବିନା ୟୁନିଫର୍ମ ରେ ଶିକ୍ଷକ ସୁଶିଲ ହାଲଦାର ଉପସ୍ଥିତ ଥିବା ବେଳେ ଅନ୍ୟ ଜଣେ ଶିକ୍ଷକ ନୀରାପଦ ବିଶ୍ବାସ ବିଦ୍ୟାଳୟ କୁ ଆସି ନାହାନ୍ତି ବୋଲି ଜଣାପଡିଛି।ଓ। ଏ ନେଇ ବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ସୁବା ସୋଡି ଓ ଅଭିଭାବକ ସୀତା ମାଢୀ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି।ଓ ମଧ୍ୟାହ୍ନ ଭୋଜନ ମଧ୍ୟ ରୋଷେଇ ହୋଇ ନଥିଲା ଓ ଗତକାଲି ର ବାସୀ ଡାଲି ରଖାହୋଇଛି ବୋଲି ଗ୍ରାମବାସୀ ବିଦ୍ୟାଳୟ ଭିତରକୁ ଯାଇ ଦେଖୀ ଅଭିଯୋଗ କରିଛନ୍ତି।ଏ ନେଇ ସମ୍ପୃକ୍ତ ମହାରାଜପାଲ୍ଲୀ ଗ୍ରାମ ପଞ୍ଚାୟତ ର ନିୟୋଜିତ ଥିବା ସିଆରସିସି ବିଷ୍ଣୁ ସରକାର ଙ୍କୁ ଫୋନ ଦ୍ଵାରା ଯୋଗାଯୋଗ କରିକି ପଚାରିବାରୁ ସେ ଘଟଣା କୁ ସ୍ବୀକାର କରିଛନ୍ତି ଓ ଏହି ଘଟଣା ହୋଇ ଥିବା ତାଙ୍କ ଦୃଷ୍ଟି କୁ ଆସିଥିବା ବେଳେ ସେ ଏ ନେଇ ତଦନ୍ତ କରି ନିଜର ଉପରିସ୍ଥ ଅଧିକାରୀଙ୍କୁ ଜଣାଦେଇଥିବା ସହ ଆସନ୍ତା କାଲି ଉପରିସ୍ଥ ଅଧିକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟ ରେ ଅନୁପସ୍ଥିତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି। ତେବେ ଏ ସମସ୍ତ ବିଦ୍ୟାଳୟ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅଧୀନରେ ରହିଥିବା ବେଳେ ଏ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା କିପରି ଭାବରେ ଚାଲିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଉଛି।

Leave A Reply

Your email address will not be published.