ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ

ମାଲକାନଗିରି,୧୩/୭: ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୧୬ ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମଟର ସାଇକେଲ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ।ଶବ ନେଇ ରାସ୍ତା ଅବରୋଧ କଲେ ସମ୍ପର୍କୀୟ। ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥର ଏମଭି ୧୬ ନମ୍ବର ଛକ ନିକଟରେ ଏଭଳି ଏକ ସଡ଼କ ଦୁର୍ଘଟଣା ଆଜି ଘଟିଯାଇଛି।ତେବେ ମଟର ସାଇକେଲ ଚାଳକ ଜଣେ ଶିଖପାଲ୍ଲି ହାଟରୁ ଫେରୁଥିବା ସମୟରେ ମାଲକାନଗିରି ଆଡ଼ୁ ଏକ ପାଇପ ବୋଝେଇ ପିକଅପ୍ ଭାନ କାଲିମେଳା ମୁହାଁ ଯାଉଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଯାଇଛି।ତେବେ ଚାରିଚକିଆ ଗାଡିଟିର ସାମ୍ନା ଅଂଶ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଗାଡିର ଧକ୍କାରେ ମଟର ସାଇକେଲ ଚାଳକଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି।ତେବେ ମୃତକଙ୍କ ନାମ ଅଜିତ ଡାଲି ହୋଇଥିବା ବେଳେ ଏମଭି ୧୫ ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି।ଘଟଣା ସ୍ଥଳରେ ସମ୍ପର୍କୀୟ ତଥା ସ୍ଥାନୀୟ ଲୋକଙ୍କ ଉତ୍ତେଜନା ସୃଷ୍ଟି ହୋଇଛି।ତେବେ ମାଲକାନଗିରି ସଦର ଥାନା ଆଇଆଇସି ଘଟଣା ସ୍ଥଳରେ ପହଞ୍ଚବା ସହ ଲୋକଙ୍କ ଭିଡକୁ ନେଇ ଅଧିକରୁ ଅଧିକ ପୋଲିସ ମୁତୟନ କରାଯାଇଛି।ଏଥି ସହିତ ସମ୍ପର୍କୀୟ ମାନେ କ୍ଷତିପୂରଣ ଦାବି କରି ଶବକୁ ନେଇ ରାଜରାସ୍ତାକୁ ଅବରୋଧ କରିଥିଲେ।ଯେଉଁଥିପାଇଁ ରାସ୍ତର ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଛି।ପରେ ଆଇଆଇସି ରିଗାନ କିଣ୍ଡୋଙ୍କ ନେତୃତ୍ବରେ ଦୁଇ ପକ୍ଷଙ୍କୁ ବୁଝାସୁଝା କରାଯିବା ସହ ପିକଅପ ଭ୍ୟାନ ଗାଡି ମାଲିକ କ୍ଷତିପୂରଣ ଦେବାକୁ ରାଜି ହେବା ପରେ ରାସ୍ତାରୁ ଲୋକେ ହଟିଥିଲେ।

Leave A Reply

Your email address will not be published.