ବିଜେପିର କାର୍ଯ୍ୟକାରିଣୀ ବୈଠକ:୮ଟି ରାଜନୈତିକ ଚିଠା ପ୍ରସ୍ତାବ ଉପରେ ବାଜିଲା ମୋହର

ମାଲକାନଗିରି,୧୩/୭ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଲା ଏନ.ଏ.ସି ଟାଉନ ହଲ ଠାରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲଙ୍କ ଅଦକ୍ଷତାରେ ଚତୁର୍ଥ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଗଠନିକ ସାଧାରଣ ସମ୍ପାଦକ ମାନସ ମହାନ୍ତି ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ତଥା ରାଜ୍ୟ ଉପସଭାପତି ବଳଭଦ୍ର ମାଝି, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୁର୍ବତନ ଜିଲ୍ଲାସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ପରିଡା ପ୍ରମୁଖ ମଞ୍ଚାସୀନ ଥିଲେ।ଏହି ବୈଠକରେ ମାଲକାନଗିରି ଜିଲ୍ଲାର ସ୍ବାସ୍ଥ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଏବଂ ନର୍ସଙ୍କର ଅଭାବ ରହିଥିବା କୁହାଯାଇଥିଲା।ଏଣୁ ବାଧ୍ୟ ହୋଇ ରୋଗୀଙ୍କୁ ବାହାରକୁ ଯିବାକୁ ପଡୁଛି।ବିଜୁ ସ୍ବାସ୍ତ୍ୟ କାର୍ଡ କାମ କରୁନାହିଁ।ଜିଲ୍ଲାରେ ସୁରପ ସ୍ପେଶାଲ ମେଡିକାଲ ସହ ସମସ୍ତ ବ୍ଲକରେ ରକ୍ତଦାନ କେନ୍ଦ୍ର ନିର୍ମାଣ କରାଯାଉ।କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ମଧ୍ୟରେ ସହରାଞ୍ଚଳରେ ସ୍ଥାୟୀ ବସବାସ କରୁଥିବା ଲୋକମାନଙ୍କୁ ପଟ୍ଟା ପ୍ରଦାନ କରିବାକୁ ଦାବି କରାଯାଇଛି।ଭୂମିହୀନମାନଙ୍କୁ ଚିହ୍ନଟ କରି ପଟ୍ଟା ପ୍ରଦାନ କରାଯାଉ।କେନ୍ଦ୍ର ସରକାର କୃଷକମାନଙ୍କ ପାଇଁବହୁ ଯୋଜନା ଆଣିଥିବା ବେଳେ ରାଜ୍ୟ ସରକାର ସେମାନଙ୍କୁ ଅଣଦେଖା କରୁଛି।କେନ୍ଦ୍ର ସରକାର ସାର ବାବଦକୁ ୧ ହଜାରରୁ ୧୨ ଶହ ଟଂକା ପର୍ଯ୍ୟନ୍ତ ସବସିଡି କରିଥିବା ବେଳେ ରାଜ୍ୟ ସରକାର ପାଇଁ ଚାଷୀ ଠିକ ଭାବେ ସାର ପାଇପାରୁନାହାନ୍ତି।ବାଧ୍ୟ ହୋଇ ଚାଷୀ ଅତି ଦାମରେ କଳାବଜାରରୁ ସାର କିଣିବାକୁ ବାଧ୍ୟହେଉଛି।ସହରାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଂକା ଖର୍ଚ୍ଚ କରୁଥିବା ବେଳେ ମାଲକାନଗିରି ଏବଂ ବାଲିମେଳା ସହର ପାଇଁ ରାଜ୍ୟ ସରକାରଙ୍କର କୌଣସି ଦରଦ ନାହିଁ।ଜୟପୁର-ମାଲକାନଗିରି ରେଲଵେ ସଂଯୋଗିକରଣ ପାଇଁ ଗତ ୨୦୧୬ ମସିହାରେ କେନ୍ଦ୍ର ସରକାର ଅନୁମୋଦନ କରିଥିବା ବେଳେ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଇଞ୍ଚେ ଜମି ମଧ୍ୟ ହସ୍ତାନ୍ତର କରିନାହାନ୍ତି।ତୁରନ୍ତ ରାଜ୍ୟ ସରକାର ଜମି ଅଧିଗ୍ରହଣ କରି ରେଲଵେ କାର୍ଯ୍ୟକୁ ତରାନ୍ବିତ କରନ୍ତୁ।ମାଲକାନଗିରି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି।ଦୁଇଟି ବିଦ୍ୟାଳୟରେ ଶୂନ ଫଳାଫଳ ଆସିଛି।ଜିଲ୍ଲାର କେଉଁ ସ୍କୁଲରେ ଶିକ୍ଷକ ନାହାନ୍ତି ତ ଆଉ କେଉଁ ସ୍କୁଲର ଘର ନାହିଁ।ଏହି ଶିକ୍ଷା ବ୍ୟବସ୍ଥାକୁ ନିନ୍ଦା କରିବା ସହ ଜିଲ୍ଲାରେ ତୁରନ୍ତ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ଲାଗୁ କରାଯାଉ।ପେଟେରୁ ବ୍ରିଜ କାମ ଆଜି ପର୍ଯ୍ୟନ୍ତ ଆରମ୍ଭ କରାଯାଉ ନାହି।ଯାହାଫଳରେ ବର୍ଷାଦିନେ ଯିବା ଆସିବା କଷ୍ଟକର ହୋଇପଡୁଛି।ପୋଟେରୁ ଜଳସେଚନ ବିଭାଗରେ କାମ ଠିକ ରୂପେ ହେଉ ନାହିଁ।କେନାଲ ମରାମତି ନାମରେ କୋଟି କୋଟି ଟଂକା ଖର୍ଚ୍ଚ କରି ଆତ୍ମସାତ କରାଯାଉଛି।ତଳିଆ ଅଂଚଳରେ ପାଣି ପହଞ୍ଚିପାରୁନଥିବାରୁ ଚାଷୀ ବହୁ ହଇରାଣ ହେଉଛନ୍ତି।ତୁରନ୍ତ ଏହାର ସମାଧାନ କରାଯାଉ ବୋଲି କୁହାଯାଇଥିଲ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପଦୁ ମାଝି, ଜିଲ୍ଲା ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ଜୋସେପ୍ହ ଦିଲୀପ, ପୁର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ, ଜିଲ୍ଲା ସାଧାରଣ ସମ୍ପାଦକ ଅକ୍ଷୟ ବିଶାଲ, ସାଧାରଣ ସମ୍ପାଦକ ମାଣିକଲାଲ ଚକ୍ରବର୍ତ୍ତୀ, ସମ୍ପାଦକ ନବଘନ ଲକେଇ, ଜିଲ୍ଲା କୋଷାଧ୍ୟକ୍ଷ ସଞ୍ଜୟ ସରକାର, ବାଲିମେଲା ନଗର ମଣ୍ଡଲ ସଭାପତି ସୁଭାସିଶ କର, ବିଜେପି ସମସ୍ତ ମଣ୍ଡଲ ସଭାପତି,ପୁର୍ବତନ ବ୍ଳକ ଅଧ୍ୟାଷା ସାବିତ୍ର ପଡିଆମୀ, ପୁର୍ବତନ ଜିଲ୍ଲାପରିଷଦ ସମିର ମିସ୍ତ୍ରୀ, ମହିଲା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଦେବି ମାଡି, ବାଲିମେଲା ଏନ.ଏ.ସି ବିଜେପି ୱାର୍ଡ କାଉନସିଲର, ଏବଂ ସମସ୍ତ ଜୈଷ୍ଠ ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.