mobile header

ଦୋକାନ ରୁ ମାଛ ଧରିବା ଜାଲ ସହିତ ଜାଲ ତିଆରି କରିବା ସାମଗ୍ରୀ ଚୋରି

ପଡିଆ ପଡିଆ ଥାନା ଅନ୍ତର୍ଗତ ଏମ.ଭି ୫୮ ଗ୍ରାମ ର ଶଙ୍କର ସାନା ଙ୍କ ଜାଲ ଦୋକାନ ରେ ଗତକାଲି ରାତିରେ ଚୋରି ହୋଇଯାଇଛି। ଗତ କାଲି ରାତି ରେ ଦୋକାନ ବନ୍ଦ କରି ଘରେ ଆସିବା ପରେ ରାତିରେ କେହି ଜଣେ ଦୁବୃର୍ତ୍ତ ବର୍ଷା ଓ ଅନ୍ଧାରୁଆ ରାତିର ସୁଯୋଗ ନେଇ ଏହି ଦୋକାନ ରୁ ୧୦ଖଣ୍ଡ ଜାଲ,ନଗଦ ୧୫୦୦/- ଟଙ୍କା ଓ ଜାଲ ତିଆରି କରିବା ସାମଗ୍ରୀ ଚୋରି କରିଛି।ଏହା ନେଇ ପଡିଆ ଥାନା ରେ ଏକ କେସ ୬୪/୨୨ରେ ଏକ ମାମଲା ରୁଜୁ ହୋଇଛି। ଏହାର ତଦନ୍ତ ଭାର ପଡିଆ ଥାନା ଏ.ଏସ.ଆଇ ବିଜୟ କୁମାର ବେନିଆ ନେଇଛନ୍ତି। ଚୋରି ହୋଇଥିବା ସାମଗ୍ରୀ ର ମୂଲ୍ୟ ୫୬,୫୦୦/- ଟଙ୍କା ବୋଲି ଜଣାପଡ଼ିଛି।ଏହି ଚୋରି କେମିତି ହୋଇଛି ତାହା ବର୍ତ୍ତମାନ ତଦନ୍ତ ଚାଲିଛି ବୋଲି କହିଛନ୍ତି ଥାନାଧିକାରୀ । ପଡିଆ ଅଞ୍ଚଳ ରେ ବର୍ତ୍ତମାନ ସୁଦ୍ଧା ଦୁଇଟି ଚୋରି ହୋଇଥିବା ବେଳେ ନାଇଟ ପେଟ୍ରୋଲିଙ୍ଗ କଡାକଡି କଲେ ଚୋରି କମିବ ବୋଲି ଲୋକମାନେ ଆଶା କରୁଛନ୍ତି।

Leave A Reply

Your email address will not be published.