mobile header

ଆନ୍ଧ୍ରପ୍ରଦେଶ ପୋଲିସ ତରଫରୁ ଓଡିଶା ଓ ଛତିଶଗଡର ବସ ମାଲିକ ମାନଙ୍କୁ ନେଇ ଚିନ୍ତୁରରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି: ୧୩/୦୭/୨୨ ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଚିନ୍ତୁର ପୁଲିସ ପକ୍ଷରୁ ଓଡିଶା ଓ ଛତିଶଗଡରୁ ଚିନ୍ତୁର ଦେଇ ହାଇଦ୍ରାବାଦ, ବିଜୟୱାଡାକୁ ଯାତାୟତ କରୁଥିବା ବସ୍ ମାଲିକ ମାନଙ୍କୁ ନେଇ ଚିନ୍ତୁର ଥାନା ପରିସରରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପିଏସପି ଜି.କ୍ରିଷ୍ଣାକାନ୍ତ – ଆଇପିଏସ, ଚିନ୍ତୁର ପୁଲିସ ସର୍କଲ ଇନ୍ସପେକ୍ଟର ଏମ୍.ଆପଣ ନାଇଡୁ, ୟେଟାପକା ପୁଲିସ ସର୍କଲ ଇନ୍ସପେକ୍ଟର ଏମ୍. ଗଜେନ୍ଦ୍ର କୁମାର ପ୍ରମୁଖଙ୍କ ସମେତ ଗୁପ୍ତା ଗ୍ୟାଲେକ୍ସି ବସ ମାଲିକ, ବିଶ୍ବାଳ ଗ୍ୟାଲେକ୍ସି ବସ ମାଲିକ, ବାଙ୍କେଶ୍ଵରୀ ବସ ମାଲିକ, ଅମୀଶ ଟ୍ରାଭେଲ୍ସ ଓ ଗୁପ୍ତା ଟ୍ରାଭେଲ୍ସର ପ୍ରତିନିଧି ଯୋଗ ଦେଇଥିଲେ । ଏହି ବୈଠକରେ ମୁଖ୍ୟତଃ ଅଲ ଇଣ୍ଡିଆ ଟୁରିଷ୍ଟ ପରମିଟ ବସର ବେଆଇନ ଚଳାଚଳକୁ ନେଇ ଆଲୋଚନା ହୋଇଥିଲା । କେତେକ ବସରେ ମଦ୍ୟପାନ ଓ ଅତ୍ୟଧିକ ବେଗରେ ବେପରୁଆ ଚାଳନାକୁ ରୋକିବାକୁ ନିୟମିତ ଯାଞ୍ଚ, ଧାର୍ଯ୍ୟ ସିଟିଂ କାପାସିଟିରୁ ଅତ୍ୟଧିକ ଯାତ୍ରୀ ପରିବହନ, ଚାଁଟି ଠାରେ ଥିବା ଫାଟକରେ ଯାଞ୍ଚ ଓ ଜୋରିମାନାକୁ ଏଡାଇବା ସକାଶେ ଅନତି ଦୂରରେ ଅଧିକ ଥିବା ଯାତ୍ରୀଙ୍କୁ ଓହ୍ଲାଇ ଅଟୋରିକ୍ସା ଯୋଗେ ଅଧା କିଲୋମିଟର ଯାଏ ପଠାଇବା ଓ ଫାଟକ ଅତିକ୍ରମ ପରେ ପୁନଃ ବସରେ ବସାଇବା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା । ମଦ୍ୟପାନ ଓ ବେପରୁଆ ଚାଳନାକାରୀଙ୍କୁ ଦଣ୍ଡ ବିଧାନ ସ୍ଵରୁପ ଥାନାରେ ଅଟକ ରଖିବା, ଅତ୍ୟଧିକ ଯାତ୍ରୀ ବୋଝେଇ ବସର କଣ୍ଡକ୍ଟରଙ୍କୁ ଅଟକ ରଖି ଜୋରିମାନା ଆଦି ଦଣ୍ଡରେ ଦଣ୍ଡିତ ଓ ଆବଶ୍ୟକ ହେଲେ ଲାଇସେନ୍ଟ ଜବତ ସକାଶେ ବୈଠକରେ ଆଲୋଚନା ହୋଇଥିଲା । ଦୃତ ଗତିରେ ବସ ଚଳାଚଳ ଏଡାଇବା, ମଦ୍ୟପାନ କରି ବସ ଚଳାଚନରୁ ବିରତ ରହିବା, ଡ୍ରାଇଭର ବଦଳେ ଲାଇସେନସ୍ ନଥାଉଣୁ କଣ୍ଡକ୍ଟର, ହେଲପର ଦ୍ବାରା ବସ ଚାଳନା, ସିଟିଙ୍ଗ ” କାପାସିଟିରୁ ଅଧିକ ଯାତ୍ରୀ ନେବାରୁ ବିରତ ରହିବା ପ୍ରତି ଆବଶ୍ୟକୀୟ ଧ୍ୟାନ ଦେଇ କାର୍ଯ୍ୟାନୁଷ୍ଠାନ ଏଡାଇବାକୁ ପିଏସପି ଆଗ୍ରହ ପ୍ରକାଶ କରିଥିଲେ । ସେହିଭଳି ବସର ସିଟ୍ ପୂରଣ ସତ୍ତ୍ଵେ ଆହୁରି ଅଧିକ ଯାତ୍ରୀ ଦେଉଥିବା ଟିକେଟ ବୁକିଙ୍ଗ କାଉଣ୍ଟର ବିରୁଦ୍ଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବୈଠକରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.