ଚିତ୍ରକୋଣ୍ଡା ଏସ୍‌ଡିପିଓଙ୍କୁ ନେଇ ରାଜଧାନୀ ବିଧାନସଭା ରେ ହୁଲସ୍ତୁଲ:ଏସ୍ ଡି ପି ଓ ଙ୍କ ମାଡ ଘଟଣାରେ ତଦନ୍ତ କରିବେ କ୍ରାଇମବ୍ରାଞ୍ଚ ଆଇଜି

ମାଲକାନଗିରି :୧୩/୦୭/୨୨ ଚିତ୍ରକୋଣ୍ଡା ଏସ୍‌ଡିପିଓ ଅଂଶୁମାନ ଦ୍ୱିବେଦୀଙ୍କୁ ନେଇ ବିଧାନସଭା ହୁଲସ୍ତୁଲ। ଜୁନ ୫ ତାରିଖ ରାତିରେ ଚିତ୍ରକୋଣ୍ଡା ଏସ୍‌ଡିପିଓ ଅଂଶୁମାନ ଦ୍ୱିବେଦୀ କୌଣସି ମହିଳା ପୋଲିସଙ୍କୁ ନ ନେଇ ଗାଁ ଭିତରେ ପଶି ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହେବାରୁ ଗୃହକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅପରାହ୍ନ ୪ଟା ଯାଏ ମୁଲତବି ଘୋଷଣା କରିଥିଲେ।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏସ୍‌ଡିପିଓଙ୍କ ଅତ୍ୟାଚାରରୁ ନାବାଳିକା, ଗର୍ଭବତୀ ବି ବର୍ତ୍ତି ପାରି ନ ଥିବା କହିଛନ୍ତି। ଏଥିସହ ଘଟଣାର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ସହ ସଂପୃକ୍ତ ଏସ୍‌ଡିପିଙ୍କୁ ନିଲମ୍ବନ କରିବା ଲାଗି ସେ ଗୃହରେ ଦାବି ଉପସ୍ଥାପନ କରିଛନ୍ତି। ସେହିଭଳି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କ୍ରାଇମବ୍ରାଞ୍ଚ ଦ୍ୱାରା ଏହି ଘଟଣାର ତଦନ୍ତ କରାଇବାକୁ ଦାବି କରିଛନ୍ତି। ସେହିପରି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏହାର ତଦନ୍ତ ଗୃହ କମିଟି ଓ ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଛନ୍ତି। ଅପରପକ୍ଷେ ପ୍ରସଙ୍ଗକୁ ସମର୍ଥନ ଜଣାଇ ତଦନ୍ତ କମିଟି ଗଠନ ପାଇଁ ଦାବି କରିଛି ଭାଜପା। ଏପରିକି ବାଚସ୍ପତିଙ୍କ ରୁଲିଂ ଦାବି କରି କଂଗ୍ରେସ ଓ ଭାଜପା ବିଧାୟକ ଗୃହରେ ହଟ୍ଟଗୋଳ କରିବା ସହ ନାରାବାଜି କରିଥିଲେ। ପରିସ୍ଥିତିକୁ ଦେଖି ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ।

Leave A Reply

Your email address will not be published.