mobile header

ଚିତ୍ରକୋଣ୍ଡା ଆର ଏସ୍ ସି ୧୩ ଗ୍ରାମବାସୀ ନ୍ୟାୟାଳୟର ଦ୍ବାରସ୍ଥ ହେଲେ, ଦାୟର ହେଲା ମାମଲା । ଚିତ୍ରକୋଣ୍ତା ଏସଡିପିଓଙ୍କ ଅଡୁଆ ବଢ଼ିଲା

ମାଲକାନଗିରି: ୧୪/୦୭/୨୨ ଚିତ୍ରକୋଣ୍ତା ଏସଡିପିଓଙ୍କ ଅଡୁଆ ବଢ଼ିଲା। କମ୍ପ୍ଲେନ କେସ ନେଇ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ। ଆରଏସି ୧୩ ଗାଁରେ ଆଦିବାସୀଙ୍କୁ ଏସଡିପିଓଙ୍କ ଆକ୍ରମଣ ଅଭିଯୋଗ ଘଟଣାରେ ମାଲକାନଗିରି ଜିଲା ଦୌରାଜଜ ଓ ଏସଡିଜେଏମ କୋର୍ଟରେ ମାମଲା ଦାୟର ହୋଇଛି। ପୃଥକ ପୃଥକ ଭାବେ ୪ଜଣ ପୀଡ଼ିତା ଉଭୟ କୋର୍ଟରେ ମାମଲା ଦାୟର କରିଛନ୍ତି। ସିଆରପିସି ୨୦୦ ଅନୁଯାୟୀ କମ୍ପ୍ଲେନ ମାମଲା ଦାୟର ହୋଇଛି। ଜିଲ୍ଲା ଦୌରାଜଜ ନିକଟରେ ଆଟ୍ରସିଟି, ଏସଡିଜିଏମ୍ କୋର୍ଟରେ ୫୦୬ , ୩୨୩ ଓ ୩୫୪ ଆଇପିସିରେ ମାମଲା ଦାୟର ହୋଇଥିବା ନେଇ ସୂଚନା ଦେଇଛନ୍ତି କଂଗ୍ରେସ ସଭାପତି ତଥା ଆଇନଜୀବୀ ଗୋବିନ୍ଦ ପାତ୍ର। ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ ଚିତ୍ରକୋଣ୍ତା ଥାନା ଅନ୍ତର୍ଗତ ଆରଏସି ୧୩ ଗାଁରେ ଗଞ୍ଜେଇ ଚଢାଉ କରିବାକୁ ଯାଇ ପୁଲିସ କରିଥିବା ଅଭିଯୋଗ ହୋଇ ଥିଲା। ଗତକାଲି ବିରୋଧୀ ଦଳର ସଦସ୍ୟବିଧାନସଭାର ଶୂନ୍ୟକାଳରେ ବି ଏହି ପ୍ରସଙ୍ଗ ଉଠାଇଥିଲେ। ବିଧାନସଭା ଶୂନ୍ୟକାଳରେ କଂଗ୍ରେସ ବିଧାୟକମାନେ ଚିତ୍ରକୋଣ୍ଡା ଏସଡ଼ିପିଓ ଅଂଶୁମାନ ଦ୍ବିବେଦୀଙ୍କ ଗୁଣ୍ଡାରାଜ ପ୍ରସଙ୍ଗ ଉଠାଇଥିଲେ। କଂଗ୍ରେସ ସଦସ୍ୟଙ୍କ ଅଭିଯୋଗ ମୁତାବକ ମାଲକାନଗିରିର ଆରଏସ୍ ସି-୧୩ ଗ୍ରାମରେ ଗତ ଜୁନ ୭ ତାରିଖ ଦିନ ରାତି ଅଧରେ ପୁଲିସ ଗାଁରେ ପଶି ମହିଳାମାନଙ୍କୁ ମାଡ ମାରିଥିଲା। କୌଣସି ମହିଳା ଅଧିକାରୀଙ୍କୁ ସାଙ୍ଗରେ ନ ନେଇ ଗାଁରେ ପଶି ଗର୍ଭବତୀ ମହିଳା, ବୃଦ୍ଧା,୧୪ ବର୍ଷର ନାବାଳିକାଙ୍କୁ ପୁଲିସ ମାଡ ମାରିଥିଲା। କଂଗ୍ରେସ ସଦସ୍ୟମାନେ ଏ ସଂକ୍ରାନ୍ତୀୟ ଫଟୋ ମଧ୍ୟ ଗୃହରେ ପ୍ରଦର୍ଶନ କରିଥିଲେ। କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ବାହିନପତି କହିଥିଲେ ଏସଡିପିଓ ମଦ ପିଇ ଆତଙ୍କରାଜ ଚାଇଛନ୍ତି ।

Leave A Reply

Your email address will not be published.