mobile header

ରାସ୍ତା କଡ଼ରୁ ଯୁବତୀ ରମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ ?


ଫୁଲବାଣୀ -15/07
କନ୍ଧମାଳ ଜିଲା ରାଇକିଆ ଅଂଚଳ ରେ ଏକ ଅଭାବନୀୟ ଘଟଣା ଘଟିଛି l ଶୁକ୍ରବାର ସକାଳେ ରାଇକିଆ ଥାନା ଅନ୍ତର୍ଗତ ଡଡ଼ ଙ୍ଗିଆ ରାସ୍ତା କଡରେ ଜଣେ ଯୁବତୀ ର ରକ୍ତ ଜୁଡୁବୁଡୁ ମୃତ ଦେହ ପଡିଥିବା ଲୋକେ ଦେଖିଵା ପରେ ସମ୍ପୃକ୍ତ ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା l ଖବର ରୂ ଜଣାପଡିଥିଲା ଯେ ଯୁବତୀ ଜଣଙ୍କ ନିକଟସ୍ତ ବୁଡ଼ିଅପାଙ୍ଗl ଗ୍ରାମର କିଶୋର ପ୍ରଧାନ ଙ୍କ ଝିଅ ରଞ୍ଜିତା ପ୍ରଧାନ lଗୁରୁବାର ରଂଜିତା କୌଣସି କାର୍ଯ୍ୟରେ ଫୁଲବାଣୀ ଆସିଥିଲେ lକାମ ସାରୀ ଘରକୁ ବସ ଯୋଗେ ଫେରୁଥିବା ନେଇ ଫୋନ କରି ଜଣାଇଥିଲେ lହେଲେ ଘରକୁ ନ ଫେରିବାରୁ ଘରଲୋକେ ବ୍ୟସ୍ତ ହୋଇ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ lପରେ ରଂଜିତା ଙ୍କ ମୋବାଇଲ ଫୋନ ସୁଇଚ ଅଫ ହୋଇଯାଇଥିଲା l ଆଜି ଶୁକ୍ରବାର ସକାଳେ ରଂଜିତା ର ରକ୍ତ ଜୁଡୁବୁଡୁ ମୃତ ଦେହ ଡ଼ଡ଼ଙ୍ଗିଆ ରାସ୍ତା କଡରେ ଦେଖିବାକୁ ମିଳିଥିଲା lପରିବାର ଲୋକେ ଏ ନେଇ ପୋଲିସ କୁ ଜଣାଇବାପରେ ପୋଲିସ ଘଟଣାସ୍ଥଳ ରେ ପହଂଚି ଶବ ଜବତ କରି ଘଟଣା ଛାନଭିନ କରୁଛି l ଦୁର୍ବୁତ୍ତ ମାନେ ଦୁଷ୍କର୍ମ ପରେ ହତ୍ୟା କରି ରାସ୍ତାକଡ଼ରେ ଫୋପାଡ଼ି ଦେଇ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି l
ତେଵେ ଶବବ୍ୟବଛେଦ ରିପୋର୍ଟ ଆସିବା ପରେ ସଠିକ ତଥ୍ୟ ମିଳିବବୋଲି ତଦନ୍ତ କାରି ଟିମ କହିଛି l

Leave A Reply

Your email address will not be published.