mobile header

ଶଙ୍କରା ଖୋଲ ବଜାରରେ ବର୍ଷା ଟିକିଏ ହେଲେ ଅଳିଆ ଆବର୍ଜନା ରାସ୍ତାରେ,


ଫୁଲ ବାଣୀ-୧୫/୦୭
କନ୍ଧମାଳ ଜିଲ୍ଲା ଫୁଲବାଣୀ-ବ୍ରହ୍ମପୁର ମୁଖ୍ୟ ରାସ୍ତାରେ ପଡ଼େ ଶଙ୍କରା ଖୋଲ । ଏହା ଛୋଟ ଛୋଟ ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ। ହେଲେ ପଞ୍ଚାୟତ ପକ୍ଷରୁ ନିୟମିତ ଅଳିଆ ଆବର୍ଜନା କିମ୍ବା ନାଳ ସଫା ହେଉ ନ ଥିବା ଫଳରେ ବର୍ଷା ଟିକିଏ ହେଲେ ନାଳ ପାଣି ରାସ୍ତାରେ ବନ୍ୟା ପରି ବୋହିବା ସହ ଅଳିଆ ସବୁ ରାସ୍ତାରେ ଦ୍ଭାସୁଛି । ବର୍ଷା ଛାଡିବା ପରେ ପ୍ରବଳ ଦୁର୍ଗନ୍ଧ ଯୋଗୁଁ ସେହି ରାସ୍ତାରେ ଯିବାଆସିବା ମୁସ୍କିଲ ହୋଇ ପଡୁଛି । ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ ।
କିଛିବ୍ୟବସାୟୀ ଓ ସାଧାରଣ ଲୋକେ ଜାଣିଶୁଣି ନାଳରେ ମଇଳାପକାଇ ଦେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଦେଖାଯାଉଛି ।
ଏଥିପ୍ରତି ବ୍ଲକ ପ୍ରଶାସନ, ପଞ୍ଚାୟତ ସରପଞ୍ଚ ପ୍ରମୁଖ ଦୃଷ୍ଟିଦେଇ ସମସ୍ୟା ସମାଧାନ କରିବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

Leave A Reply

Your email address will not be published.