mobile header

ଆତ୍ମ ସମର୍ପଣ କଲେ ମହିଳା ମୋଓନେତ୍ରୀ;ଶହୀଦ ସପ୍ତାହ ପୂର୍ବରୁ ମାଓବାଦୀଙ୍କୁ ଝଟକା

ମାଲକାନଗିରି : ୧୫/୦୭/୨୨ ଆଉ ଦୁଇ ସପ୍ତାହରେ ମାଓବାଦୀଙ୍କ ଶହୀଦ ସପ୍ତାହ ପାଳନ ହେବାକୁ ଯାଉଥିବା ବେଳେ ମାଓବାଦୀମାନେ ଏହି ସପ୍ତାହକୁ ଧୁମଧାମରେ ପାଳନ କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି । ବହୁ ଯୁବକ ଓ ଆଦିବାସୀଙ୍କୁ ସଙ୍ଗଠନରେ ସାମିଲ କରିବା ପାଇଁ ଉଦ୍ୟମ ଜାରି ରଖୁଛନ୍ତି । ଏପରି ସ୍ଥଳେ ଜଣେ ମହିଳା ମାଓବାଦୀ ଗୁରୁବାର ବିଜାପୁର ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ନାମ ସରିତା ସୋଡି । ସରିତାଙ୍କ ନମରେ ଛତିଶଗଡ଼ ସରକାର ୩ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ । ସରିତାଙ୍କ ଆତ୍ମସମର୍ପଣ ମାଓବାଦୀ ସଙ୍ଗଠନକୁ ଏକ ଶକ୍ତ ଧକ୍କା ଦେଇଛି । ଛତିଶଗଡର ମିରତୁର ଚାର୍ଲି କ୍ୟାମ୍ପ , ରାଜନନ୍ଦଗାଁଓ ର ମାନପୁରି କ୍ୟାମ୍ପ , ନାରାୟଣପୁର କୁକଡାଝୋର କ୍ୟାମ୍ପ ଆକ୍ରମଣ ସହ ଅନେକ ଲାଣ୍ଡମାଇନ ବିସ୍ପୋରଣ ରେ ସାମିଲ ଥିଲେ । ମାଓବାଦୀ ସଙ୍ଗଠନରେ ଆଉ ପୂର୍ବ ଆଦର୍ଶ ନ ଥିବାରୁ ଏବଂ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ମାଓବାଦୀ ସଙ୍ଗଠନ ଛାଡିଲେ ବୋଲି ସରିତା କହିଛନ୍ତି । ଆତ୍ମସମର୍ପଣ ପରେ ବିଜାପୁର ଏସ୍‌ପି ତାଙ୍କୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରଛନ୍ତି । ଆଗାମୀ ଦିନରେ ସରକାରଙ୍କ ଥଇଥାନ ନୀତି ଅନୁ ଯାୟୀ ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳିବ ବୋଲି ଏସ୍‌ପି କହିଛନ୍ତି ।

Leave A Reply

Your email address will not be published.