mobile header

ମାଲକାନଗିରି ଜିଲ୍ଲା ନୂତନ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧିତ କଲେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ

ମାଲକାନଗିରି : ୧୫/ ୦୭/୨୨ ମାଲକାନଗିରି ଜିଲ୍ଲାରେ ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ମହେଶ୍ବର ଚନ୍ଦ୍ର ନାୟକ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନଙ୍କର ବଦଳି ପରେ ଶ୍ରୀ ନାୟକ ମାଲକାନଗିରିକୁ ବଦଳି ହୋଇ ଆସିଛନ୍ତି । ଏଥିସହ ମାଲକାନଗିରି ମହାବିଦ୍ୟାଳୟର ପୂର୍ବତନ ସଭାପତିଙ୍କ ବଦଳି ପରେ ଏବେ ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଏହି ମହାବିଦ୍ୟାଳୟର ସଭାପତି ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂତନ ସଭାପତିଙ୍କୁ ଫୁଲତୋଡ଼ା ଦେଇ ସମ୍ବଦ୍ଧିତ କରାଯାଇଥିଲା । ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ.ରଂଜନ କୁମାର ସ୍ବାଇଁ ନୂତନ ସଭାପତିଙ୍କ ସହଯୋଗ କାମନା କରିଥିଲେ । ମହାବିଦ୍ୟାଳୟରେ ପାଠପଢ଼ା ପରିବେଶକୁ ଉଚ୍ଚସ୍ତରୀୟ କରାଯିବା ପାଇଁ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ଶ୍ରୀ ନାୟକ ମହାବିଦ୍ୟାଳୟକୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ୟା ପୂର୍ବ ଦିନ ପୁରୁଣା ଏ ଡି ଏମ ବିରସେନ ପ୍ରଧାନଙ୍କୁ ମାଲକାନଗିରି ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା କରାଯାଇ ଥିବା କଥା ବିଶେଷ ସୂତ୍ରରୁ ପ୍ରକାଶ । ଏହି କାର୍ଯ୍ୟକ୍ରମରେ କଲେଜ ପକ୍ଷରୁ ମନୋରଂଜନ ପରିଡ଼ା , ଗୌତମ ନାୟକ , ଲିଙ୍ଗରାଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.